ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପ୍ରଥମ ଶ୍ରାଦ୍ଧ ଉତ୍ସବ



କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ହାଟବାଣପୁର ଗ୍ରାମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମକର ଦାସଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ୱର୍ଗତ ମକର ଦାସ ଏବଂ ତାଙ୍କ ପତ୍ନୀ ଦୁଲଣୀ ଦାସ ଙ୍କର ପ୍ରତିମୂର୍ତ୍ତିକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି ଓ ଉପସଭାପତି ଫକୀର ମୋହନ ଦାସଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ରାଜ୍ୟ ଉତ୍ତରଦାୟାଦ ସଂଗଠନର ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ସଂଗଠନ ସମ୍ପାଦକ ଶିବ ପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ତୁଷାର ଘୋଷ, ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରସାଦ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୁଳମଣି ରାଉତ, ଶରତ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଜିଲ୍ଲା ସମ୍ପାଦକ ପଦ୍ମନାଭ ଦାସ, ସୁପୁତ୍ର ପଞ୍ଚାନନ ଦାସ, ବାଉରୀ ବନ୍ଧୁ ଦାସ, ସତ୍ୟରଞ୍ଜନ ମଲିକ, ଜୀବନ ମହାନ୍ତି, ମିନତୀ ଦାସ, ଅମୂଲ୍ୟନନ୍ଦ ସାହୁ, ନିରଞ୍ଜନ ସାହୁ, ପ୍ରମୋଦ ପରିଜା, ଶ୍ୟାମସୁନ୍ଦର ଜେନା ପ୍ରମୁଖ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।


Next Post

ସଦର ଥାନାରେ ଦୁଇ ବାଂଗଲାଦେଶୀ ଅଟକ

Sat Aug 10 , 2024
କେନ୍ଦ୍ରାପଡା,୧୦ା୮ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମରେ ସନ୍ଦେହଜନକ ଭାବରେ ବୁଲି ଫେରିବାଲା ବ୍ୟବସାୟ କରୁଥିବା ଦୁଇ ବାଂଗଲାଦେଶୀଙ୍କୁ ଗ୍ରାମବାସୀମାନେ ଅଟକାଇ ସଦର ଥାନାକୁ ଖବର ଦେଇଥିଲେ। ସେମାନଙ୍କ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ନକଲି ଥିବା ନେଇ ସନ୍ଦେହ କରି ଗ୍ରାମବାସୀମାନେ ପୋଲିସକୁ ଜଣାଇଥିଲେ। ଏହି ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ […]

KANIKA