
କେନ୍ଦ୍ରାପଡା,୧୧ା୮ : କେନ୍ଦ୍ରାପଡ଼ା ସହରର ବଡହାଟ ସ୍ଥିତ ପୂଜାରିଣୀ ଶାଢୀ ଦୋକାନ ସମ୍ମୁଖରେ ଥିବା ଏକ ବୁଲେଟ ହଠାତ ଜଳି ଉଠିଥିବା ଦେଖାଯାଇଥିଲା। ସ୍ଥାନୀୟ ଦୋକାନୀମାନେ ପାଣି ପକାଇ ସେହି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେବି ତାହା ସମ୍ଭବ ହୋଇନଥିଲା। ପରେ ସ୍ଥାନୀୟ ଏକ ଦୋକାନରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ତା ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା। ସୂଚନା ଅନୁଯାୟି ଜନୈକ ଗ୍ରାହକ କପଡା କିଣିବାକୁ ଆସି ବୁଲେଟ୍ଟି ଦୋକାନ ସମ୍ମୁଖ ରାସ୍ତା କଡରେ ରଖି ଦୋକାନ ମଧ୍ୟକୁ ଯାଇଥିଲେ। ଠିକ ଏହି ସମୟରେ ହଠାତ ବୁଲେଟ୍ଟି ଜଳି ଉଠିଥିଲା। ବହୁ ଦୂର ବାଟ ଚାଲିବା ପରେ ଗାଡିର ଇଞ୍ଜିନଟି ଗରମ ହୋଇଯିବାରୁ ହୁଏତ ବୁଲେଟ୍ ଇଞ୍ଜିନ୍ରେ ନିଆଁ ଲାଗି ଜଳି ଉଠିଥିଲା। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେବି ଅଗ୍ନିିଶମ ବିଭାଗ ଗାଡି ପହଞ୍ଚିବା ବେଳକୁ ସ୍ଥାନୀୟ ଦୋକାନୀମାନଙ୍କ ଉଦ୍ୟମରେ ନିଆଁକୁ ଆୟତ କରାଯାଇଥିଲା। ବୁଲେଟରେ ନିଆଁ ଲାଗିବା ଦ୍ୱାରା କାହାର କିଛି କ୍ଷତିହୋଇ ନଥିବା ସୂଚନା ମିଳିଛି।











