ବାସନ ମାଜିବା ପାଇଁ ଯାଇଥିବା ମହିଳା ନିଖୋଜ , କୁମ୍ଭୀର ଝାମ୍ପି ନେଇଥିବା ଆଶଙ୍କା


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅନ୍ତର୍ଗତ ଅଳପୁଆ ପଂଚାୟତ ଅଳପୁଆଡିଆ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ମଞ୍ଜୁଲତା ଭଞ୍ଜ(୫୦) ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ । ତେବେ ବହୁ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକମାନେ ବ୍ୟସ୍ତ ହୋଇ ନଦୀ କୁଳକୁ ଖୋଜିବାକୁ ଯାଇଥିଲେ । ନଦୀ କୁଳରେ ତାଙ୍କ ଜୋତା ଥିବା ପରିବାର ଲୋକ ଓ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ବହୁ ଖୋଜାଖୋଜି ପରେ ପରିବାର ଲୋକମାନେ ମଞ୍ଜୁଲତାଙ୍କୁ ନପାଇବାରୁ ସେ କୁମ୍ଭୀର ଆକ୍ରମଣ ର ଶିକାର ହୋଇଥିବା ଆଶଙ୍କା କରାଯାଉଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାରକାରୀ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନାହାଁନ୍ତି ବୋଲି ଗ୍ରାମବାସୀ ନରେନ୍ଦ୍ର ଧଳ, ଚନ୍ଦନ ସାହୁ, କିଶୋର ରାଉତ ପ୍ରମୁଖ କହିଛନ୍ତି। ତେବେ ବାରମ୍ବାର ଏହି ନଦୀରେ କୁମ୍ଭୀର ଦେଖାଯାଉଥିବା ସାଧାରଣ ଲୋକେ କହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉନାହିଁ। ଫଳରେ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଂଚାୟତ କୂଳସାହି ଗ୍ରାମର ଅମୁଲ୍ୟ ଦାସ ( ୪୫) ଗତବର୍ଷ ଜୁଲାଇ ୨୭ରେ କପଡା ନେଇ ଶୌଚ ହେବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣ ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ । ଅନ୍ୟପକ୍ଷରେ ଉକ୍ତ ଘଟଣା ପରେ ଲୋକଙ୍କୁ ବନ୍ୟା ସମୟରେ ନଦୀକୁ ନ ଯିବା ପାଇଁ ପ୍ରଶାସନ ତରଫରୁ ସଚେତନ କରାଯାଇଛି ।

 


Discover more from

Subscribe now to keep reading and get access to the full archive.

Continue reading