କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର : ନଦୀକୂଳରେ କୁମ୍ଭୀର ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ଦାବୀ


ବ୍ରାହ୍ମଣୀ ନଦୀରେ ସୋମବାର ଅପରାହ୍ନରେ କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର କରାଯାଇଛି। ପ୍ରାୟ ୬ କିମି ଦୂର ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅଧିନ ଅଳପୁଆଡିଆ ଗାଁର ମଞ୍ଜୁଲତା ଭଞ୍ଜ ।


ମଞ୍ଜୁଲତା ସୋମବାର ଅପରାହ୍ଣରେ ଖାଇବା ସାରି ବାସନ ମାଜିବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ନଦୀ କୂଳରେ ବସି ବାସନ ମାଜୁଥିବା ବେଳେ ତାଙ୍କୁ ଏକ କୁମ୍ଭୀର ଝାମ୍ପି ନେଇ ନଦୀ ଭିତରକୁ ଚାଲିଯାଇଥିଲା। ତେବେ ବହୁ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକମାନେ ବ୍ୟସ୍ତ ହୋଇ ନଦୀ କୁଳକୁ ଖୋଜିବାକୁ ଯାଇଥିଲେ । ନଦୀ କୂଳରେ ତାଙ୍କ ବାସନ ଓ ଚପଲ ପଡିଥିବା ପରିବାର ଲୋକ ଓ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ସେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଆଶଙ୍କା କରି ଡିଙ୍ଗି ସହାଜ୍ୟରେ ବହୁ ଖୋଜାଖୋଜି କରି ନିରାଶ ହୋଇପଡିଥିଲେ । ଲୋକମାନେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ନଦୀ ମଧ୍ୟରେ ତଲାସୀ ଆରମ୍ଭ କରିଥିଲେ ମଧ୍ୟ ରାତ୍ରୀ ହୋଇଥିବାରୁ ନିଖୋଜ ମଞ୍ଜୁଲତାଙ୍କ କୌଣସି ପତା ମିଳିନଥିଲା । ଆଜି ସକାଳେ ମଞ୍ଜୁଲତାଙ୍କ କ୍ଷତବିକ୍ଷତ ମୃତ ଦେହ ପେଣ୍ଠପାଳ କୂଳସାହି ଆଶ୍ରମ ସ୍କୁଲ ସାମନା ନଦୀରେ ମାଛମରା ଜାଲରେ ଲାଗିଥିବା ଦେଖି ତାଙ୍କ ପରିବାରଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ, ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ମଞ୍ଜୁଲତାଙ୍କ ମୃତ ଦେହ ଉଦ୍ଧାର କରଛନ୍ତି । ସ୍ଥାନୀୟ ପୋଲିସ ଶବ ଜବତ କରି ବେବଛେଦ ପାଇଁ ଆଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପଠାଯାଇଛି ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯିବ ବୋଲି ଚଉଦ କୁଲାଟ ଫାଣ୍ଡି ଅଧିକାରୀ ନୃସିଂହ ଚରଣ ମହାନ୍ତି କହିଛନ୍ତି

ଗତ ୨୦୨୩ ଜୁନ ମାସରୁ ଅଜି ପର୍ଯ୍ୟନ୍ତ ଏହି ଧୋୟାଂଚଳରୁ କୁମ୍ଭୀର ମୁହଁରେ ଜୀବନ ଯିବା ଏହା ଚତୃର୍ଥ ଘଟଣା । ଗତ ୨୦୨୩ ଜୁନମାସ ଘାଗରାଡିଆ ଗ୍ରାମର ଜଣେ ବୃଦ୍ଧ ଗଙ୍ଗାଧର ତରାଇ ସକାଳେ ଶୌଚ ବେଳେ କୁମ୍ଭିର ଟାଣି ମାରି ଦେଇଥିଲା । ସେହିପରି ସେହିବର୍ଷ ଜୁଲାଇରେ କୂଳସାହି ଗ୍ରାମର ଅମୂଲ୍ୟ ଦାସ (୪୫) କୁମ୍ଭୀର ଟାଣି ନେଇଥିବା ବେଳେ ୨୦୨୩ ଅଗଷ୍ଠ ମାସରେ ଆମଠପୁର ପଂଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଜେନାଙ୍କୁ ଟାଣିନେଇ ଝୁଣିଝୁଣି ଖାଇଥିବା ଘଟଣା ମନରୁ ଲିଭି ନଥିବା ବେଳେ ଗତକାଲି ଗତକାଲି ମଞ୍ଜୁଲତାଙ୍କୁ ମାରିଦେବା ଘଟଣା ସ୍ଥାନୀୟ ଲୋକ ମନରେ କୋକୁଆଭୟ ଖେଳାଇ ଦେଇଛି । ଏହାକୁ ନେଇ ୧୫ ନଂ ଜୋନ ଜିଲାପରିଷଦ ସଭ୍ୟା ପ୍ରୟଦର୍ଶିନୀ ତରାଇ, ପୂର୍ବତନବ୍ଲକ ଅଧକ୍ଷ ମାନସ ରଞ୍ଜନ ସାମଲ, ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ, ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ରାମଚନ୍ଦ୍ର ସେଠୀ, ସମାଜିକକର୍ମୀ ନରେନ୍ଦ୍ର ଧଳ, କୈଳାସ ସେଠୀ, ବବୃବାହନ ଧଳ, ପଦ୍ମନାଭ ନାୟକ, ରବିନ୍ଦ୍ର ଧଳ ପ୍ରମୁଖ ଧୋୟାଂଚଳ ଲୋକମାନଙ୍କୁ କୁମ୍ଭୀର ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ବ୍ରାହ୍ମଣୀ ନଦୀକୂଳରେ କୁମ୍ଭୀର ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ଦାବୀ କରିବା ସହିତ ଜଙ୍ଗଲ ବିଭାଗ ଉପଦ୍ରବ କରୁଥିବା କୁମ୍ଭୀରମାନଙ୍କୁ ଧରି ଭିତରକନିକା ଅଭୟାରଣ୍ୟରେ ଛାଡିବାକୁ ଦାବୀ କରିଛନ୍ତି ।


Next Post

କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Tue Aug 13 , 2024
କେନ୍ଦ୍ରାପଡ଼ା,୧୩ା୮: ଦେଶ ପାଇଁ ତ୍ୟାଗ କରିଥିବା ସହିଦ୍‌ମାନଙ୍କ ସମ୍ମାନରେ “ଆଜାଦିର ଅମୃତ ମହୋତ୍ସବ” ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଦିବସକୁ ଶ୍ରଦ୍ଧାର ସହିତ ପାଳନ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ତେଣୁ ଦେଶର ପ୍ରତେକ ପରିବାର ଅଗଷ୍ଟ ୯ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ସମସ୍ତଙ୍କ ଘରେ ପହଁଞ୍ଚାଇବା ଲକ୍ଷ୍ୟରଖି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ହରଘର […]