କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା,୧୩ା୮: ଦେଶ ପାଇଁ ତ୍ୟାଗ କରିଥିବା ସହିଦ୍‌ମାନଙ୍କ ସମ୍ମାନରେ “ଆଜାଦିର ଅମୃତ ମହୋତ୍ସବ” ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଦିବସକୁ ଶ୍ରଦ୍ଧାର ସହିତ ପାଳନ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ତେଣୁ ଦେଶର ପ୍ରତେକ ପରିବାର ଅଗଷ୍ଟ ୯ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ସମସ୍ତଙ୍କ ଘରେ ପହଁଞ୍ଚାଇବା ଲକ୍ଷ୍ୟରଖି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରଯାଇଛି । ଏହି ଅବସରରେ କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିଲେ । ଗୁଲନଗର ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରଣୀ ସାହୁ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ପଞ୍ଚାୟତବାସୀଙ୍କୁ ସେମାନଙ୍କର ଘର ଚାରିପଟେ ସଫା ସୁତୁରା ରଖିବା ସହିତ ଘରର ସମସ୍ତ ଅଳିଆକୁ ଚାରିଆଡେ ନ ଫୋପାଡିବାକୁ ଅତିଥିମାନେ ଗୁରୁତ୍ୱରୋପ କରିଥିଲେ । ରାସ୍ତା ଉପରେ ଘରର ବ୍ୟବହୃତ ପାଣି ନ ଛାଡି ଗୋଟିଏ ଗାତ ଖୋଳି ତା ଭିତରେ ଛାଡିବାକୁ ସରପଞ୍ଚ ଅନୁରୋଧ କରିଥିଲେ । ପଞ୍ଚାୟତ ବିଜେପି ସଭାପତି ବଟକୃଷ୍ଣ ମହାରଣାଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ଗୁଲନଗର ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ଅମୃତ ମହୋତ୍ସବ ଓ ସ୍ୱଚ୍ଛତା ଉପରେ ସଚେତନ କରିଥିଲେ । ସମାଜସେବୀ କରୁଣାକର ସାହୁ, ବଭୁତିଭୂଷଣ ଜେନା, ସୁନାକର ସାହୁ, ସୁବ୍ରତ କିଶୋର ସାହୁ(ନୟନ), ପର୍ଶୁରାମ ସାହୁ, କାଳନ୍ଦି ପୃଷ୍ଟି, କୁନା ମହାରଣା, ଗୋଲ ସେଠୀ, ଖଗେଶ୍ୱର ଦାସ, ଦେବରାଜ ସାହୁ, ବିକାଶ ବାରିକ, ଧୁକୁଡି ଜେନା, ସୁବ୍ରତ କିଶୋର ସାହୁଙ୍କ ସମେତ ଶତାଧିକ ମହିଳାଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର, ପଞ୍ଚାୟତ ପିଇଓ ବିଶ୍ୱରଞ୍ଜନ ଜେନା, ଜିଆର ଏସ ସନ୍ଧ୍ୟାରଣୀ ସାହୁ ପ୍ରମୁଖ ଶାତାଧିକ ମହିଳା ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading