ଏମିତି ବି ଆସେ ମୁତ୍ୟୁ ,ଅଗ୍ନିକାଣ୍ଡ ଘଟି ଚାଲିଗଲା ଦୁଇ ଶିଶୁଙ୍କ ଜୀବନାଶ୍ୟ


ଏମିତି ବି ଆସେ ମୁତ୍ୟୁ । କେହି କିଛି ଜାଣିବା ଆଗରୁ ନିମିଷକେ ଝଡିଗଲା ଦୁଇ କୋମଳ ଶିଶୁଙ୍କ ଜୀବନ । କାନ୍ଦି କାନ୍ଦି ମା’ବାପ ସହିପଡିସାଙ୍କ ଆଖିରୁ ଲୁହ ଶୁଖୁନାହିଁ ମାତ୍ର କିଛି ସମୟ ତଳେ ଏପରି ଏକ ଖବର ହସ୍ତଗତ ହୋଇଛି ଯାହାକୁ ଶୁଣି ଯେ କେହି ବି ଭାବପ୍ରବଣ ହୋଇଉଠିବେ। ଦୃଶ୍ୟ ଏଭଳି ଯାହାକୁ ଦେଖିଲେ ଆଖିରେ ଲୁହ ଆପେ ଆପେ ବୋହି ଆସିବ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ରାଜନଗର ଥାନା କୁରୁଣ୍ଟି ପଞ୍ଚାୟତ ବଳରାମପୁର ଗାଁର ସୁକାନ୍ତ ସାହଣୀଙ୍କ ଘରେ  । ଗୁରୁବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଓ ଗ୍ୟାସ ବିସ୍ଫୋରଣ ଘଟି ଚାଲିଗଲା ଦୁଇ ଶିଶୁଙ୍କ ଜୀବନାଶ୍ୟ ଯାହା ଛାତି ଥରାଇ ଦେବ।   

କୁରୁଣ୍ଟି ପଞ୍ଚାୟତ ବଳରାମପୁର ଗାଁର ସୁକାନ୍ତ ସାହଣୀ ନୁଆଁଣିଆ ଦୁଇ ବଖରା ଚାଳ ଛପର ଘରେ ରହିଆସୁଛନ୍ତି । ସୁକାନ୍ତ ବାହାର ରାଜ୍ୟରେ କାମ କରି ନିଜ ଗୁଜାରାଣ ଚଳାନ୍ତି ଘରେ ସ୍ତ୍ରୀ ଓ ଦୁଇ ଝିଅ ଗୋଟିଏ ପୁଅ ରୁହନ୍ତି ।ଗୁରୁବାର ସ୍ୱାଧୀନତା ଦିବସ ଥିବାରୁ ସକାଳୁ ଦୁଇଭଉଣୀ ଓ ଭାଇ ବିଦ୍ୟାଳୟକୁ ଯାଇଥିଲେ । ତିନି ଜଣଙ୍କ ମଧ୍ୟରୁ ମଝିଆ ଭଉଣୀ ଅଙ୍କିତା ଓ ପୁଅ ରିଷୀ ଘରକୁ ଫେରିଆସିଥିଲେ  ବିଦ୍ୟାଳୟରେ ସେମାନଙ୍କୁ ବିସ୍କୁଟ ଦିଆ ଯାଇଥିବା କହି ଭୋକ ଲାଗିଲାଣି ଖାଇବାକୁ ବାଢେ ବୋଲି ମା ଅନିତାଙ୍କୁ କହିବା ପରେ ଅନିତା ବଡଝିଅ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ବାହାରକୁ କୌଣସି କାମରେ ଚାଲି ଯାଇଥିଲେ। ତେବେ ଘର ଭିତରେ ଥିଲେ ମଝିଆ ଝିଅ ଅଙ୍କିତା(ଅନୁପମା) ଓ ସାନପୁଅ ରିଷୀ। କିଛି ସମୟ ପରେ ଘର ଭିତରେ କୌଣସି କାରଣରୁ ଧୂଆଁ ବାହାରିବା ପରେ ଘରର ଚତୁଃପାର୍ଶ୍ଵକୁ ନିଆଁ ବ୍ୟାପି ଯାଇଥିଲା। ଘର ଭିତରୁ ଅଙ୍କିତା ଓ ରିଷୀର ଚିତ୍କାର ଶୁଣି ମା ଅନିତା ଭିତରକୁ ପଶୁଥିବା ବେଳେ ପଡୋଶୀ ମହିଳା ଜଣେ ଅନିତାଙ୍କୁ ଧରି ନେଇଥିଲେ ପରେ ଗ୍ୟାସ ଟାଙ୍କି ଫାଟି  ବିସ୍ଫୋରଣ ହୋଇଥିଲା ।

ପଡୋଶୀ ସାବିତ୍ରୀ ସାହଣୀଙ୍କ କହିବା ଅନୁଯାୟୀ,”ପିଲାମାନେ ଖାଇବାକୁ ମାଗିବାରୁ ବାସନକୁସନ ମାଜି ଖାଇବାକୁ ଦେବେ ବୋଲି ଘରୁ ବାହାରି ଯାଇଥିବା ବେଳେ ବିସ୍ଫୋରଣ ହୋଇଥିଲା ଓ ସେ ବିଲରେ କାମ କରୁଥିବା ଲୋକମାନଙ୍କୁ ଡାକ ପକାଇ ଆସିବା ବେଳକୁ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ପିଲା ଦୁଇଜଣ ପୋଡି ହୋଇ ଯାଇଥିବା” କହିଛନ୍ତି। ସେହିପରି ଅନ୍ୟତମ ପଡୋଶୀ କରୁଣାକର ସାହାଣୀଙ୍କ କହିବା ଅନୁଯାୟୀ,”ବିଲରୁ ଫେରି ଖାଉଥିବା ସମୟରେ ହଠାତ ନିଆଁ ନିଆଁ ବୋଲି ଚିତ୍କାର କରିବାରୁ ମୁଁ ଉଠି ଘର ଗୁଡିକୁ ବଞ୍ଚାଇବା ପାଇଁ ଆଜବେଷ୍ଟସ ଉପରେ ଯାଉଥିବା ବେଳେ ହଠାତ ବିସ୍ଫୋରଣ ହେଲା ଓ ତଳେ ପଡ଼ିଗଲି”ବୋଲି କହିଛନ୍ତି। ସେହିପରି  ଏହି ପଞ୍ଚାୟତର ପୂର୍ବତନ ଲୋକ ପ୍ରତିନିଧି ରଞ୍ଜନ ମହାନ୍ତି କୁହନ୍ତି  ପଞ୍ଚାୟତ କାର୍ଯ୍ୟାଳୟରେ ଥିଲା ବେଳେ କେହି ଜଣେ ତାଙ୍କୁ ଏହି ଅଘଟଣ ଘଟିଥିବାର ଖବର ଦେଇଥିଲେ  ପରେ ସେ ରାଜନଗର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ଆସି ପହଞ୍ଚିବାରୁ ଦୁଇ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଥିଲେ” ବୋଲି କହିଛନ୍ତି।ସେହିପରି ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରାଜନଗର ବିଧାୟକ ବଳରାମପୁର ଗାଁରେ ପହଞ୍ଚି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ

ଖବର ପାଇ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମୃତ ଅଙ୍କିତା ଓ ରିଷୀଙ୍କ ପରିବାର ପାଖରେ ପହଞ୍ଚି ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ୬୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଆଗକୁ ଯାହା ସରକାରୀ ସହାୟତା ରହିଛି ସେଗୁଡିକୁ ଯୋଗାଇ ଦିଆଯିବ”ବୋଲି କହିଛନ୍ତି।


Next Post

ଅପହରଣ କରି ମାଡମାରି ନଦୀକୁ ଠେଲି ଦେଇଥିବା ଯୁବକର ମୃତ ଦେହ ଉଦ୍ଧାର

Fri Aug 16 , 2024
କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ବିରୁପା ନଦୀର ଇନ୍ଦୁପୁର ଘାଟରେ ଜଣେ ଯୁବକକୁ ମାଡ ମାରି ର୍ଫିଙ୍ଗି ଦେଇଥିବା ନିଖୋଜ ଯୁବକଙ୍କ ମୃତଦେହ ପଟ୍ଟାମୁଣ୍ଡାଇ ଜଗନ୍ନାଥପୁର ବ୍ରାହ୍ମଣୀ ନଦୀ ଘାଟରେ ଗୁରୁବାର ଅପରାହ୍ନରେ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ହେଲେ ନିକିରାଇ ଗ୍ରାମର ମଂଟୁ ମଲ୍ଲିକ । ଚଉଦକୁଲାଟ ପୋଲିସ ଖବର ପାଇ ଅଗ୍ନିଶମ ବିଭାଗ ସାହାଯ୍ୟରେ ମୃତଦେହ ଉଦ୍ଧାର କରିଛି। ପ୍ରକାଶ ଯେ ଗତ ବୁଧବାର ନିକିରାଇ […]

KANIKA