ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ହର ଘର ଏକ ପୈାଦ୍ଧା



କେନ୍ଦ୍ରାପଡା,୧୭ା୮: ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଅନସ୍ୱୀକାର୍ଯ୍ୟ। ବୃକ୍ଷ ପ୍ରାଣୀ ଜଗତର ପରମବନ୍ଧୁ। ପ୍ରାଣୀ ଓ ଉଭିଦ୍ଦ ନିର୍ଭରଶୀଳ। ତେଣୁ ବୃକ୍ଷଲତା ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ। ବର୍ତ୍ତମାନର ପରିସ୍ଥିତିରେ ବୃକ୍ଷର ଅହେତୁକ ଅଭାବ, ବାୟୁମଣ୍ଡଳ ପ୍ରଦ୍ୟୁଷଣ, ଅପବୃଷ୍ଟି, ଭୁସ୍ଖଳନ ଭଳି ନାନାଦି ପ୍ରାକୃତିକ ବିପର୍ଯ୍ୟୟ ମାନ ପରିଲିଖିତ ହୋଇଆସୁଛି। ଯାହାଦ୍ୱାରାକି ପରିବେଶର ସନ୍ତୁଳନ ବିଗିଡି ଯାଉଛି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଅଗଷ୍ଟ ୧ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ କରାଯାଇଥିବା “ହର ଘର ଏକ ପୋଦ୍ଧା”ଏକ ବିଶାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟ ପ୍ରତ୍ୟେକ ବର୍ଷ ନିଜ ପାଇଁ, ନିଜ ପରିବାର ପାଇଁ ତଥା ପରିବେଶ ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି କ୍ରମରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମସ୍ତ ବିଭାଗ ସମେତ ସମସ୍ତ ସ୍ୱେଛାସେବୀ ସଂଗଠନ ମାନେ ଏହି କାର୍ଯ୍ୟକ୍ରମକୁ ସାରା ଭାରତ ବର୍ଷରେ ତ୍ୱରାନ୍ୱିତ କରିଥିଲେ। ସେମାନଙ୍କ ମଧ୍ୟରୁ କଟକର ସେବା ଫାଉଣ୍ଡେସନ, ଏଲ.ଏସ. ଏଜୁକେଶନାଲ ଫାଉଣ୍ଡେସନ, ହିନ୍ଦୁସ୍ତାନ ହେଲପିଂ ହ୍ୟାଣ୍ଡ୍‌, ଡେରାବିଶ ବଜାର କମିଟି, ପ୍ରାଇଭେଟ ପ୍ରାକ୍ଟିସନର ଆୟୁରବେଦିକ ଆସୋସିଏସନ, ପତିତପାବନ ସେବା ସଙ୍ଘ, ସର୍ଭ ସ୍ମାଇଲ ଫାଉଣ୍ଡେସନ, ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ, ଅମୃତ ତରାଇ, ବିନୋଦ କୁମାର ନାୟକ ପ୍ରମୁଖ ଅନ୍ୟତମ। ଏହି କାର୍ଯ୍ୟକ୍ରମ ଦ୍ୱାରା ମାଇଁ ଆଲୁମିନି ଆସୋସିଏସନ୍ ପକ୍ଷରୁ ଚଳିତ ବର୍ଷ ୫ଲକ୍ଷ ୪୨ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ ସାରା ଭାରତ ବର୍ଷର କୋଣ ଅନୁକୋଣରେ ହୋଇପାରିଛି। ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଆଲୁମିନି ଆସୋସିଏସନର ସଦସ୍ୟମାନଙ୍କ ସମେତ ବର୍ତ୍ତମାନ ଏନ.ସି.ସି. ବାଳିକା ଏବଂ ବାଳକ ବିବାଗର କ୍ୟାଡେଟମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରତିବର୍ଷ ପାଳନ କରାଯିବା ସହିତ ଚଳିତ ବର୍ଷ ସହଯୋଗ କରିଥିବା ସମସ୍ତ ସାମାଜିକ ସଂଗଠନ, ସମସ୍ତ ସହଯୋଗୀ ଏବଂ ଜନସାଧାରଣଙ୍କୁ ମାଇଁ ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ କୃତଜ୍ଞତା ଜ୍ଞାପନ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading