ଶ୍ରୀବଳଦେବଜୀଉଙ୍କୁ ଲାଗି ହେବା ପାଇଁ ଆସିଲା ଏକଲକ୍ଷ ତୁଳସୀ



କେନ୍ଦ୍ରାପଡ଼ା,୧୮ା୮ : କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଲାଗି ହେବା ପାଇଁ ଏକଲକ୍ଷ ତୁଳସୀ ଆସି ଇଛାପୁରସ୍ଥିତ ଶ୍ରୀଜୀଉଙ୍କ ମନ୍ଦିରରେ ପହଞ୍ଚିଛି। ଏହି ତୁଳସୀ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗୟାସପୁରର ବିଣାପାଣୀ କଳ୍ପତରୁ ପ୍ରଶିକ୍ଷଣକେନ୍ଦ୍ରରୁ ଶ୍ରୀଜୀଉଙ୍କୁ ଲାଗି ହେବା ପାଇଁ ଆସିଛି। ଶ୍ରୀବଳଦେବଜୀଉଙ୍କ ଜନ୍ମଦିନ ତଥା ଗ୍ରହ୍ମାପୂର୍ଣ୍ଣର୍ିମା ଅବସରରେ ଏହି ତୁଳସୀ ଶ୍ରୀଜୀଉଙ୍କୁ ଲାଗି କରାଯାଇଥାଏ। ଗୟାସପୁରରୁ ପଦଯାତ୍ରା କରି ସଂସ୍ଥାର କର୍ମକର୍ତ୍ତାମାନେ ଏହି ତୁଳସୀ ନେଇ ଶ୍ରୀଜୀଉଙ୍କ ପାଖକୁ ଆସିଥାନ୍ତି। ସେମାନେ ଆଜି ମାଉସୀମା ମନ୍ଦିର ନିକଟରେ ପହଞ୍ଚିବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଏହି ଲକ୍ଷେ ତୁଳସୀକୁ ନାମ ସଙ୍କୀର୍ତ୍ତନ ଓ ଭଜନ କୀର୍ତ୍ତନ କରି ଶ୍ରୀଜୀଉଙ୍କ ମନ୍ଦିରକୁ ଆଣିଥିଲେ। ଏହି ତୁଳସୀକୁ ଶ୍ରୀବଳଦେବଜୀଉଙ୍କ ଦେବୋତ୍ତର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଓ ବୋର୍ଡର ସଦସ୍ୟ ତପନ କୁମାର ପୃଷ୍ଟିଙ୍କ ଉପସ୍ଥିତିରେ ମନ୍ଦିର ସୁପରଭାଇଜର, ସେବାୟତ ଟ୍ରଷ୍ଟି ଓ ବଡପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଲକ୍ଷେ ତୁଳସୀକୁ ଭଣ୍ଡାର ଘରେ ରଖାଯାଇଛି। ଏହି ତୁଳସୀକୁ ପାଣିରେ ଧୋଇ ଅଗୁର ଓ ଚନ୍ଦନରେ ଗୋଳାଇ ସଂସ୍କାର କରାଯିବା ପରେ ଶୁଖାଯିବ। ଶୁଖିବା ପରେ ସୋମବାର ଗହ୍ମାପୂର୍ଣ୍ଣିମା ଓ ଶ୍ରୀଜୀଉଙ୍କ ଜନ୍ମଦିନ ଅବସରରେ ଶ୍ରୀଜୀଉଙ୍କୁ ଲାଗି କରାଯିବ। ଗତ ପ୍ରାୟ ୫ବର୍ଷ ଧରି ଏହି ତୁଳସୀ ଶ୍ରୀଜୀଉଙ୍କ ଲାଗି ହେବା ପାଇଁ ସେଠାରୁ ଆସୁଛି। କଥିତ ଅଛି ଯେ ଶ୍ରୀଜୀଉଙ୍କ ଜନ୍ମଦିନରେ ତୁଳସୀ ଲାଗି କରାଗଲେ ତୁଳସୀ ପଠାଇଥିବା ଲୋକର ମଙ୍ଗଳ ହୋଇଥାଏ।


Discover more from

Subscribe now to keep reading and get access to the full archive.

Continue reading