ନିରପେକ୍ଷ ଖବର ସାମ୍ବାଦିକକୁ ଗଣତନ୍ତ୍ରରେ ବିଶ୍ୱାସଭାଜନ କରେ , ଏସୟୁଜେର ପ୍ରାନ୍ତୀୟ ସମାବେଶରେ ଆଲୋଚନା



କେନ୍ଦ୍ରାପଡା, ୧୯ା୮ – ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଏକ ପ୍ରାନ୍ତିୟ ସମାବେଶ ଓ ଆଲୋଚନା ଚକ୍ର ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ମୁଖ୍ୟବକ୍ତା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଯୁବନେତା ତେଜେଶ୍ୱର ପରିଡା ଓ ପୌରାଧ୍ୟକ୍ଷା ସରିତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମ ସ୍ୱଧର୍ମ ପାଳନ କଲେ ଗଣମାଧ୍ୟମର ବିଶ୍ୱାସନୀୟତା ଓ ଗରିମା ବୃଦ୍ଧିପାଇବ । ଏହା ଗଣତନ୍ତ୍ରରେ ଅବକ୍ଷୟକୁ ରୋକିବା ସହିତ ସୁଦୃଢ କରିପାରିବ । ଯାହା ଦେଶ ଓ ଦେଶବାସୀଙ୍କ ପାଇଁ ଶୁଭଙ୍କର ହେବ । ଯେତେବେଳେ ରାଜତନ୍ତ୍ର ଲୋକଙ୍କ ବିଶ୍ୱାସନୀୟତା ହରାଇଲା ସେତେବେଳେ ଗଣତନ୍ତ୍ର କୁ ଲୋକେ ଗ୍ରହଣ କରିନେଲେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ସହିତ ନ୍ୟାୟପାଳିକାକୁ ଗୁରୁତ୍ୱ ଦିଆଗଲା । ଏହାକୁ ଠିକଣା ରାସ୍ତାରେ ଚଳାଇବା ଦିଗରେ ଗଣମାଧ୍ୟମ ର ଗୁରୂତ୍ୱପୂର୍ଣ୍ଣ ଭୂମିକା ରହିଲା । ହେଲେ ସବୁଠାରେ ଯେତେବେଳେ ଅବକ୍ଷୟ ଦେଖାଦେଇଛି ସେତେବେଳେ ଗଣମାଧ୍ୟମ ବିଭିନ୍ନ ଭାବେ ଚାପଗସ୍ତ ହୋଇ ବିଶ୍ୱାସନୀୟତା ହରାଇ ଚାଲିଛି । ଏଥିପ୍ରତି ଗଣମାଧ୍ୟମ ପ୍ରତିନିଧି ଓ ଗଣମାଧ୍ୟମ ସଂସ୍ଥା ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇ ପଡ଼ିଛି ବୋଲି ବକ୍ତବ୍ୟ ରଖିଥିଲେ ।

ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି ଆଲୋଚନାର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏସୟୁଜେ ରାଜ୍ୟ ସଭାପତି ଶ୍ରୀନାୟକ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ଦାବି ଉପସ୍ଥାପିତ କରିଥିଲେ । ଜିଲ୍ଲା ସଭାପତି ଦୈତାରୀ ଜେନା ସ୍ୱାଗତ ଭାଷଣ ଓ ଉପସଭାପତି ଅସିତ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଜିଲା ସମ୍ପାଦକ ପ୍ରଶାନ୍ତ ନାୟକ ଏହି ସମାବେଶରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସମାବେଶକୁ କେନ୍ଦ୍ରାପଡା ଜିଲ୍ଲା ଶାଖାର କର୍ମକର୍ତା ମାନେ ପରିଚାଳନା କରିଥିଲେ । ଏଥିରେ ସଂଘର ୧୩ଟି ଜିଲ୍ଲା ଶାଖାର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗଦାନ କରିଥିଲେ । ଏହି ଅବସରରେ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।


Discover more from

Subscribe now to keep reading and get access to the full archive.

Continue reading