ପୁରୁଷୋତ୍ତମପୁର ଗ୍ରାମରେ ଶ୍ରୀ ରାମଚରିତ ମାନସ ଓ ନବାହ୍ନ ପାରାୟଣ


କେନ୍ଦ୍ରାପଡା ଅଫିସ ,୧୯/୮: କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମସ୍ଥିତ ଶ୍ରୀ ରାମ ମନ୍ଦିରରେ ଚଳିତମାସ ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀ ରାମଚରିତ ମାନସ ଓ ନବାହ୍ନ ପାରାୟଣ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି । ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କ ତତ୍ତ୍ୱାବଧାନରେ ୯ଦିନ ବ୍ୟାପୀ ପାରାୟଣ ଉତ୍ସବରେ ପଣ୍ଡିତ ରାଜକିଶୋର ମହାପାତ୍ର ବ୍ୟାସ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ବିଶ୍ୱସ୍ୱରୁପ ରଥ କର୍ତ୍ତା ଭାବେ ପାରାୟଣ କାର୍ଯ୍ୟକ୍ରମ ହୋଇଥିଲା । ପ୍ରତ୍ୟହ ସନ୍ଧ୍ୟାରେ ପଣ୍ଡିତ ଅରୁଣ କୁମାର ପଣ୍ଡା, ବାବାଜୀ ହୃଷିକେଶ ଦାସଙ୍କ ଦ୍ୱାରା ପ୍ରବଚନ ପରିବେଶକୁ ଭକ୍ତିମୟ କରିଥିଲା । ଆଜି ଶେଷ ସନ୍ଧ୍ୟାରେ ଭାବଗ୍ରାହୀ କଳା ନିକେତନର କଳାକାରଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଦୀପକ କୁମାର ରଥ, ଦିନେଶ କୁମାର ରଥ ଓ ମାନସ କୁମାର ରଥ ପ୍ରମୁଖ ପରିଚାଳନା କରିଥିଲେ ।


Next Post

ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବରପୁତ୍ରଙ୍କୁ ଅସମ୍ମାନ

Mon Aug 19 , 2024
କେନ୍ଦ୍ରାପଡ଼ା,୧୯ା୮ : ବିଭିନ୍ନ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। କିନ୍ତୁ କିଛିଦିନ ପରେ ଏହି ପ୍ରତିମୂର୍ତ୍ତି କେଉଁ ଅବସ୍ଥାରେ ରହୁଛି ତାହାକୁ କେହି ନଜର ଦେଉ ନାହାଁନ୍ତି। ସମସ୍ତେ ନିଜ ନିଜ ସ୍ୱାର୍ଥରେ ବୁଡି ରହୁଛନ୍ତି। ଫଳରେ ବରପୁତ୍ରମାନଙ୍କୁ ଅସମ୍ମାନ କରାଯାଉଥିବା ନେଇ ଅଭିଯୋଗ ହେଉଛି। କେବଳ ଲୋକଦେଖାଣିଆ […]

KANIKA