ପଟ୍ଟାମୁଣ୍ଡାଇ ବ୍ଲକରେ ୱାର୍ଡ ସଭ୍ୟ ତାଲିମ ଶିବିର ଉଦଯାପିତ



ପଟ୍ଟାମୁଣ୍ଡାଇ ତା ୨୦/୮ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପଂଚାୟତ ପ୍ରତିନିଧିମାନଙ୍କୁ ଉପଯୁକ୍ତ ଭାବେ ତାଲିମ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ୱାର୍ଡ ସଭ୍ୟ ମାନଙ୍କୁ ନେଇ ଏକ ତାଲିମ ଶିବିର ଗତ ୨ ତାରିଖ ରୁ ଆରମ୍ଭ ହୋଇ ୨୦ ତାରିଖରେ ଉଦଯାପିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ସମସ୍ତ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ଓ ପଂଚାୟତ ପ୍ରତିନିଧି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ ପଂଚାୟତ ପ୍ରତିନିଧିମାନେ ସରକାରୀ ଯୋଜନା ସମ୍ପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ବିଡ଼ିଓ ଶୁଭ୍ରାଂଶୁ ସାହୁ ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଏବିଡ଼ିଓ ସନ୍ତୋଷ ମନ୍ତ୍ରୀ, ଜି ପି ଡି ଓ ପିତାମ୍ବର ଜେନା,ବ୍ଲକ କମ୍ପୁଟର ପ୍ରୋଗ୍ରାମର ପ୍ରିୟ ରଞ୍ଜନ ସ୍ୱାଇଁ, ପି ଇ ଓ ପ୍ରଭାତ ମଲ୍ଲିକ ଯୋଗ ଦେଇ ବ୍ଲକ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଶିବିର ସରକାରଙ୍କ ପକ୍ଷରୁ ଏସ ଆଇ ଡି ପ୍ରଶିକ୍ଷକ ଲଳିତ କୁମାର ସାହୁ, ସରୋଜିନୀ ନନ୍ଦ ପ୍ରମୁଖ ରିସୋରସଁ ପର୍ସନ ୱାର୍ଡ ସଭ୍ୟ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।ଏହି ଶିବିରରେ ଅଣ୍ଢରା, ଅମୃତମଣୋହି, ଅରଡ଼ ପଲ୍ଲୀ,ଖଣତା, ବାଛରା,ଅଳପୁଆ ବଲୁରିଆ, ବାଲିପାଟଣା, ସିଂହଗାଁ ଚନ୍ଦନନଗର ଓ ବିଲିକଣା , ନରସିଂହପୁର ଓଉପଦା, ପେଣ୍ଠପାଳ ସାନଜରିଆ, ଶାସନ, ଶ୍ରୀରାମପୁର ଡାମରପୁର, ସଂସାରଫଳ, ଗଙ୍ଗାରାମପୁର, ବଡ଼ପଡା, ବଡ଼ମୋହନପୁର ଦିହୁଡିପୁର, ଦୋଷିଆ, କଖାରୁଣୀ, ଖଡିଅଣ୍ଟା, ବଡ଼ମୂଳବସନ୍ତ, ଡିହାପଡା, ନୀଳ କଣ୍ଠପୁର,ତରଡ଼ିପାଳ ଆଦି ୩୧ ପଂଚାୟତର ୱାର୍ଡ ସଭ୍ୟମାନେ ବିଭିନ୍ନ ଦିବସରେ ଯୋଗ ଦେଇ
ତାଲିମ ଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading