କେନ୍ଦ୍ରାପଡାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ



କେନ୍ଦ୍ରାପଡ଼ା ୨୨ା୮: ସଂସ୍କୃତ ଭାରତୀ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ଦିବସ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ପ୍ରଥମେ ପଣ୍ଡିତ ମାନଙ୍କ ଦ୍ୱାରା ବଳଦେବ ସହସ୍ରନାମ ପାଠ କରାଯାଇଥିଲା। ସଂସ୍କୃତ ବ୍ୟାକରଣ ପ୍ରଣେତା ତଥା ବ୍ୟାକରଣ ଜନକ ପାଣିନୀଙ୍କ ୨୫ଶହ ତମ ଜୟନ୍ତୀ ଅବସରରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇ ଆସୁଅଛି। ୧୯୬୯ ମସିହା ଅଗଷ୍ଟ ୧୯ ତାରିଖକୁ ବିଶ୍ୱ ସଂସ୍କୃତ ଦିବସ ରୂପେ ଭାରତ ସରକାର ଘୋଷଣା କରିଥିଲେ। ସଂସ୍କୃତ ଭାଷାର ମହତ୍ତ୍ୱ, ଅଧ୍ୟୟନ ଓ ବ୍ୟବହାର ପ୍ରତି ସଚେତନ ହେବାକୁ ସଂସ୍କୃତ ଭାରତୀ ଜିଲ୍ଲା ସଂଯୋଜକ ପଣ୍ଡିତ ହରେକୃଷ୍ଣ ପତି ମନ୍ତବ୍ୟ ରଖିଥିଲେ। ପଣ୍ଡିତ ସତ୍ୟନାରାୟଣ ପତି, ମାଧବ ଚନ୍ଦ୍ର ପତ୍ରୀ, ଅବଧୂତ ରାଉତ, ତପନ ଦାଶ, ନୃସିଂହ ଚରଣ ତ୍ରିପାଠୀ, ଉମାକାନ୍ତ ପତି, ଅଧ୍ୟାପକ ଭଗବାନ ପତ୍ରୀ ପ୍ରମୁଖଙ୍କ ସମେତ ଜିଲ୍ଲାର ବହୁ ପଣ୍ଡିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Next Post

ଘରପୋଡିରେ ଦୁଇ ମୃତକଙ୍କ ପରିବାରକୁ ଭେଟିଲେ ସାଂସଦ , ଝାଡାବାନ୍ତିରେ ଆକ୍ରାନ୍ତ ଓ ମୃତକଙ୍କ ପରିବାରକୁ ଭୁଲିଗଲେ

Fri Aug 23 , 2024
  କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ କୁରୁଂଟି ପଚାଂୟତ ବଳରାମପୁର ଗ୍ରାମରେ ଅଗଷ୍ଟ ୧୫ତାରିଖ ଦିନ ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ ହେବାରୁ ପୁଅ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ପ୍ରଚାରିତ ହେବା ପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଅନୁଷ୍ଠାନ ବିପନ୍ନ ପରିବାରଙ୍କ ନିକଟରେ ପହଂଚି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ […]

KANIKA