ଶିବାନନ୍ଦ ଆଶ୍ରମରେ ସ୍ୱାସ୍ଥ୍ୟସେବା ଶିବିର


କେନ୍ଦ୍ରାପଡ଼ା, ୨୪ା୮: କେନ୍ଦ୍ରାପଡା ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଇଦୁଆସ୍ଥିତ ଶିବାନନ୍ଦ ଚିକିତ୍ସାଳୟରେ ଏକ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଦିବଗଂତ ବ୍ୟାସଦେବ ଯୋଶୀଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଏହି ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିରକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସରୋଜିନୀ ଯୋଶୀଙ୍କ ତତ୍ୱାବଧାନରେ ଆପୋଲୋ ହସପିଟାଲ ଓ ବ୍ଲୁ ହୁଇଲ ହସପିଟାଲର ଦନ୍ତ, ଅସ୍ଥିଶଲ୍ୟ, ସ୍ତ୍ରୀରୋଗ, ମେଡିସିନ୍ ଓ ପାଥୋଲୋଜି ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ୪୨୧ଜଣ ରୋଗୀଙ୍କର ଚିକିତ୍ସା କରାଯାଇ ସେମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା। ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ବ୍ରହ୍ମଚାରୀ ନୃସିଂହ ନାଥ, ଶ୍ରୀଧର ରାଉତ, ଶିବାନୀ ଦାସ, ଶ୍ରୀବତ୍ସ ନାୟକ, ହରେକୃଷ୍ଣ ସିଂ, ସୀତ ଜେନା, ନିକୁଞ୍ଜ ବରାଳ, ସୁନାକର ରାଉତ, କୁଳମଣୀ ଜେନା, ପ୍ରଦିପ ପରିଡା, ବିରଞ୍ଚି ରାଉତ, କମଳାକାନ୍ତ ରାଉତ, ବନମାଳି ସିଂହ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading