କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାରସ୍ତରୀୟ ଆସର



କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ ମାସାନ୍ତ ରବିବାରସ୍ତରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନରହରି ସୂତାର, ଦୈନିକ ସମାଜର କାଟୁନିଷ୍ଟ ଜ୍ଞାନେନ୍ଦ୍ର ରଥ ଓ ମୂର୍ତ୍ତି କାରିଗର ବିକଳାନନ୍ଦ ମହାରଣାଙ୍କ ଅକାଳ ବିୟୋଗରେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବର୍ଷା ସମ୍ପର୍କିତ କବିତା ପୁରାତନରୁ ଆଧୁନିକ କବିମାନଙ୍କ ରଚନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସମ୍ପର୍କରେ ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ସାହିତ୍ୟ ସଂସଦର ଉପଦେଷ୍ଟା ଅବନ୍ତୀ ବେହେରା, ସାହିତ୍ୟ ସଂସଦର ଉପସଭାପତି ରାମକୃଷ୍ଣ ଦାଶ, ସଂସଦର କର୍ମକର୍ତ୍ତା ଶରତ କୁମାର ରାଉତ, ଉପସଭାପତି ପ୍ରେମଲତା ଗିରି, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, ନୃସିଂହ ଚରଣ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ରଣଧୀର ଜେନା ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବ୍ରାମ୍ୟମାଣ ସାହିତ୍ୟ ଆସର, କର୍ମଶାଳା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସାହିତ୍ୟ ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ସାହିତ୍ୟକୃତି “ସ୍ୱାଧୀନତା ପରବର୍ତ୍ତୀ ଓଡିଆ ପ୍ରଗତିବାଦୀ କବିତା ଓ କବି ବାସୁଦେବ ଦାସ”ଙ୍କ ଗାୟତ୍ରୀ ମହାରଣା ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀ ଲାଭ କରିଥିବାରୁ ବୈଠକରେ ସ୍ୱାଗତ କରାଯାଇଥିଲା । ଏହି ଅବସରରେ କବି ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ବିଶିଷ୍ଟ ସାମ୍ବାଦିକ ଆଶିଷ ସେନାପତି ଧନ୍ୟବାଦ ଜ୍ଞାପନ କରିଥିଲେ ।


Next Post

ନୂତନ ଜିଲ୍ଲାପାଳଙ୍କୁ ଭେଟିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

Mon Aug 26 , 2024
କେନ୍ଦ୍ରାପଡା,୨୫/୮: କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ନୂତନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଜିଲ୍ଲାପାଳ ସେମାନଙ୍କର ସୁସ୍ଥ ଏବଂ ନିରୋଗ ଜୀବନ କାମନା କରିଥିଲେ ଏବଂ ଆଗାମୀ ଦିନରେ ସଂଘର କିଛି ସମସ୍ୟା ହେଲେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ସାଧାରଣ ସମ୍ପାଦକ ହେମନ୍ତ […]

KANIKA