ନୂତନ ଜିଲ୍ଲାପାଳଙ୍କୁ ଭେଟିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ



କେନ୍ଦ୍ରାପଡା,୨୫/୮: କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ନୂତନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଜିଲ୍ଲାପାଳ ସେମାନଙ୍କର ସୁସ୍ଥ ଏବଂ ନିରୋଗ ଜୀବନ କାମନା କରିଥିଲେ ଏବଂ ଆଗାମୀ ଦିନରେ ସଂଘର କିଛି ସମସ୍ୟା ହେଲେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନାଙ୍କ ସହ ବ୍ରଜକିଶୋର ଜେନା, ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ରବୀନ୍ଦ୍ରନାଥ ରଥ, ବିଜୟ କୁମାର ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ।


Next Post

ବାଇକରେ ସାଇଟମରାକୁ ନେଇ ଦୁଇ ଗୋଷ୍ଠି ଭିତରେ ଗଣ୍ଡଗୋଳ

Mon Aug 26 , 2024
କେନ୍ଦ୍ରାପଡ଼ା, ୨୫ା୮, କଟକ – ଚାନ୍ଦବାଲି ରାସ୍ତାର ତିନିମୂହାଣୀଛକରୁ ମାରୁତି ଛକ ଯିବା ବେଳେ ଜନୈକ ଯୁବକଙ୍କୁ ୪ ଜଣ ଦୁର୍ବୁତ୍ତବାଇକରେ ଆସି ପ୍ରଥମେ ସାଇଡ୍‌ମାରି ଥିଲେ। ଯୁବକ ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ତାକୁ ଆକ୍ରମଣ କରିଥିଲେ। ଯୁବବକର ପାଟି ଶୁଣି ସେଠାରେ ଅନ୍ୟମାନେ ପହଞ୍ଚି ଯାଇଥିଲେ। ଫଳରେ ଏହି ଘଟଣାକୁ ନେଇ ମାରୁତି ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ […]

KANIKA