କଂଗ୍ରେସର ବନ୍ଧୁମିଳନ କାର୍ଯ୍ୟକ୍ରମ



କେନ୍ଦ୍ରାପଡା,୨୫ା୮ : ବରିଷ୍ଠ କଂଗ୍ରେସ ନେତା ନଳିନୀବିହାରୀ ମହାନ୍ତି, ପ୍ରଫୁଲ୍ଲ ଦାସ, ରମାକାନ୍ତ ଦାସ ଓ ଭାଗିରଥୀ ଜେନା ପ୍ରମୁଖଙ୍କ ଆହ୍ୱାନ କ୍ରମେ କଂଗ୍ରେସ କର୍ମୀମାନଙ୍କର ଏକ ବନ୍ଧୁମିଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ ପୂର୍ବକ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା। ସେହି ଅନୁଯାୟି କେନ୍ଦ୍ରାପଡା ପୈାରସଂସ୍ଥା ଟାଉମହଲ ପରିସରରେ କଂଗ୍ରେସର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦେବେନ୍ଦ୍ର ଶର୍ମାଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସାଂସଦ ପାର୍ôଥ ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପାଟକୁରାର କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ରାଜନଗରର କଂଗ୍ରେସ ନେତା ଅଶୋକ ପ୍ରତିହାରୀ, କଂଗ୍ରେସ ନେତା ବିଭ୍ରାଂଶୁ ଲେଙ୍କା, ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠି, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ପ୍ରମୁଖ ଯୋଗଦେଇ ଭାରତର ବିଭିନ୍ନ ରାଜ୍ୟରେ କଂଗ୍ରେସ ଭଲ ପଦର୍ଶନ କରିଥିବା ବେଳେ କିନ୍ତୁ ଓଡିଶାରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ବର୍ତ୍ତମାନ ଆମକୁ ଆତ୍ମ ସମୀକ୍ଷା କରିବା ଉଚିତ। ପ୍ରତ୍ୟକ ବୁଥ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜଭୁତ କରିବା ଆବଶ୍ୟକ। ଲୋକଙ୍କ ପାଖରେ କଂଗ୍ରେସକୁ ବିଶ୍ୱାସଭାଜନ କରାଇବାକୁ ହେଲେ ପ୍ରଥମେ ଲୋକଙ୍କ ସମସ୍ତ ସୁବିଧା ଅସୁବିଧାରେ ଆମକୁ ସେମାନଙ୍କ ପାଖରେ ଛିଡା ହେବାକୁ ପଡିବ। ଯାହାଫଳରେ ଆଗାମୀ ୨ବର୍ଷ ମଧ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସଫଳତା ଅର୍ଜନ କରିପାରିବ। କେହି କଂଗ୍ରେସ ଛାଡି ଚାଲିଗଲେ କଂଗ୍ରେସର କୈାଣସି କ୍ଷତି ହେବ ନାହିଁ। ଦଳକୁ ମଜଭୁତ କରିବାକୁ ହେଲେ ନୂଆ ନୂଆ ଲୋକମାନଙ୍କୁ ଦଳରେ ସାମିଲ କରାଯିବା ଆବଶ୍ୟକ। ଏକତ୍ରିତ ହୋଇ କାମ କଲେ ତୃଣମୂଳସ୍ତରରେ ଦଳକୁ ମଜଭୁତ କରାଯାଇପାରିବା ସହ ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରିପାରିବା ବୋଲି ଉପସ୍ଥିତ ନେତୃତ୍ୱବୃନ୍ଦ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ସମ୍ରାଟ ଜେନା, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ରାଜକନିକାରୁ ମଙ୍ଗୁଳି ଚରଣ ବେହେରା, ଦୁର୍ଯ୍ୟୋଧନ ମହାନ୍ତି, ବାବୁରାମ ଜେନା, ଆଳିରୁ ରବିନାରାୟଣ ବେହେରା, ରାଜନଗରରୁ ପ୍ରଶାନ୍ତ ରାଉତ, ସର୍ବେଶ୍ୱର ସେଠୀ, ବନମାଳୀ ସେଠୀ, ମଳୟ ଦାସ, ରମାକାନ୍ତ ଦାସ, ମହାକାଳପଡାରୁ ନିରାକାର ଜେନା, ବିଜୟ ପଣ୍ଡା, ହରେକୃଷ୍ଣ ନାୟକ, ବସନ୍ତ ସେଠୀ, ପାଟକୁରାରୁ ଉମେଶ ଚନ୍ଦ୍ର ତ୍ରିପାଠୀ, ସୁଖଦାନନ୍ଦ ପ୍ରଧାନ, ନିରଞ୍ଜନ ରାଉତ, ଅନନ୍ତ ପାତ୍ର, କେନ୍ଦ୍ରାପଡାରୁ ସଞ୍ଜୟ ରାଉତ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସଶ୍ମିତା ପଣ୍ଡା, ମହେନ୍ଦ୍ର ପରିଡା, ନିରୂପମା ଦାସ, ସନ୍ଧ୍ୟାରାଣୀ ରାଉତ, ଜ୍ୟୋତିରଞ୍ଜନ ପରିଡା, ଅପର୍ଣ୍ଣା ମିଶ୍ର ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ କେନ୍ଦ୍ରାପଡାରେ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ସଭାକୁ ପୂର୍ବତନ ବିଧାୟକ ଶ୍ରୀ ବେହେରା ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ ଦାସ ସ୍ୱାଗତ ଭାଷଣ ଓ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଭାଗିରଥୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading