ବାଇକରେ ସାଇଟମରାକୁ ନେଇ ଦୁଇ ଗୋଷ୍ଠି ଭିତରେ ଗଣ୍ଡଗୋଳ



କେନ୍ଦ୍ରାପଡ଼ା, ୨୫ା୮, କଟକ – ଚାନ୍ଦବାଲି ରାସ୍ତାର ତିନିମୂହାଣୀଛକରୁ ମାରୁତି ଛକ ଯିବା ବେଳେ ଜନୈକ ଯୁବକଙ୍କୁ ୪ ଜଣ ଦୁର୍ବୁତ୍ତବାଇକରେ ଆସି ପ୍ରଥମେ ସାଇଡ୍‌ମାରି ଥିଲେ। ଯୁବକ ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ତାକୁ ଆକ୍ରମଣ କରିଥିଲେ। ଯୁବବକର ପାଟି ଶୁଣି ସେଠାରେ ଅନ୍ୟମାନେ ପହଞ୍ଚି ଯାଇଥିଲେ। ଫଳରେ ଏହି ଘଟଣାକୁ ନେଇ ମାରୁତି ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ମାଡପିଟ୍ ଓ ପରେ ଗଣ୍ଡଗୋଳ ହେବାରୁ ଏସମ୍ପର୍କରେ ଖବର ପାଇ ସଦର ଥାନା ଅଧିକାରୀ ସରୋଜ ସାହୁ ପୋଲିସ୍ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ôଚ ଥିଲେ। ପୋଲିସ ଆକ୍ରମଣକାରୀ ଦୁର୍ବୁତ୍ତମାନଙ୍କୁ ଅଟକ ରଖିବା ସହ ଦୁଇଟି ବାଇକ୍ ଘଟଣାସ୍ଥଳରୁ ଜବତ୍ କରିଛି। ଘଟଣା ସ୍ଥଳରେ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି। କେନ୍ଦ୍ରାପଡ଼ା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ ଏବଂ ଟାଉନ ଥାନା ଅଧିକାରୀ ଦୀଲ୍ଲିପ ସାହୁ ଘଟ୍ଟଣା ସ୍ଥଳରେ ପହଞ୍ଚି କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଘଟଣା ସ୍ଥଳରୁ କୌଣସି ମାରଣାସ୍ତ୍ର ଜବତ୍ ହୋଇନଥିବା ସଦର ପୋଲିସ ସୂଚନା ଦେଇଛି । ସେହି ଅଞ୍ଚଳରେ ଥିବା ସିସିଟିଭିକୁ ଯାଞ୍ଚ କରିବା ପାଇଁ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ନିର୍ଦ୍ଦେଶ ଦେଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading