ସଦର ଥାନାରେ ମେଗା ରକ୍ତଦାନ ଶିବିର , ୬୬ ୟୁନିଟ ରକ୍ତ ସଂଗ୍ରହ



କେନ୍ଦ୍ରାପଡ଼ା,୨୬ା୮:କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୬୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ପୂର୍ବାହ୍ନ ୧୦ଘଟିକା ସମୟରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକାରେ ଶେଷ ହୋଇଥିଲା। ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ, ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ, ପଣ୍ଡିତ ହୃଷିକେଶ ରଥ, ଅକ୍ଷୟ ପାଣି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରକୁ ସବ୍‌ଇନସପେକ୍ଟର ବିଶ୍ୱଭୂଷଣ ସାହାଣୀ ପରିଚାଳନା କରିଥିଲେ। କେନ୍ଦ୍ରାପଡ଼ା ଜିଲା ରକ୍ତଭଣ୍ଡାର କର୍ମଚାରୀ ରାକେଶ କୁମାର ମିଶ୍ର, ନର୍ସିଂ ଅଫିସର ସ୍ୱାତୀ ସୁମିତ୍ରା, ମାନସ ସେଠୀ ଓ ସୌମ୍ୟରଞ୍ଜନ ସେଠୀ ପ୍ରମୂଖ ସ୍ୱେଚ୍ଛାସେବୀମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ସଦର ଥାନା ଏ.ଏସ୍‌.ଆଇ. ଗୋବିନ୍ଦ ଚନ୍ଦ୍ର ଦଳାଇ, ଏ.ଏସ.ଆଇ ମାମି ଦେଇ, ସସ୍ମିତା ରାଉତ, ହାବିଲଦାର ଅର୍ଜୁନ ଚରଣ ମଲ୍ଲିକ, ମମତା ମଲ୍ଲିକ, ସୁଚିତ୍ରା ଜେନା, ଚିନ୍ମୟୀ ନାୟକ, ରାଜଶ୍ରୀ ଲେଙ୍କା, ସାଗର ପ୍ରଧାନ, ରଘୁନାଥ ଲେଙ୍କା, ଶ୍ୟାମସୁନ୍ଦରପୁର ଜଗନ୍ନାଥ କମିଟି ସଦସ୍ୟ ବ୍ରଜବନ୍ଧୁ ମହାରଣା, ବିଘ୍ନେଶ୍ୱର ନାୟକ ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଦାନ ଶିବିର ପରିପେକ୍ଷୀରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥାନା ପକ୍ଷରୁ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।


Next Post

ଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

Mon Aug 26 , 2024
କେନ୍ଦ୍ରାପଡ଼ା,୨୬ା୮:କେନ୍ଦ୍ରାପଡା ସହର ଚାଟରାପାଟଣାସ୍ଥିତ ପ୍ରାଚୀନ ପ୍ରସିଦ୍ଧ ଶ୍ରୀ ରାଧାଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ତଥା ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଛି । ମନ୍ଦିରକୁ ଆଲୋକମାଳାରେ ସଜା ଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ଏହି ମହୋତ୍ସବରେ ସାମିଲ ହୋଇ ଶ୍ରୀଜୀଉଙ୍କ ଆଶୀର୍ବାଦ ନେଇଛନ୍ତି। ପ୍ରାତଃ ୪ଟାରୁ ମନ୍ଦିର ପହୁଡ ଖୋଲିଥିଲା । ନୀତିକାନ୍ତି କରାଯାଇ ଶ୍ରୀଜୀଉଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଜନ୍ମୋତ୍ସବ ଅବସରରେ ଭକ୍ତମାନଙ୍କୁ ଖିରିପିଠା ବଣ୍ଟନ କରାଯାଇଥିଲା […]

KANIKA