ସମାଜସେବୀ ଭାବଗ୍ରାହୀ ଧଳଙ୍କ ପରଲୋକ



କେନ୍ଦ୍ରାପଡା,୨୬ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ଗ୍ରାମପଞ୍ଚାୟତର ସୁବଳା ଗ୍ରାମର ସମାଜସେବୀ ଭାବଗ୍ରାହୀ ଧଳଙ୍କର ୮୫ବର୍ଷ ବୟସରେ ତାଙ୍କ ସୁବଳାସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଅସିତବନ୍ଧୁ, ଭଗବାନ, ଅଜିତବନ୍ଧୁ, ବୋହୁ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମମତାରାଣୀ ଧଳ, ପୂଜାଶ୍ରୀ, ନାତି ଅବନିମୋହନ, ଦିପକ, ରୁଦ୍ର, ଯଯାଜୀକେଶରୀ, ନାତୁଣୀ ରାଜଲକ୍ଷ୍ମୀ ଓ ଶୁଭଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ପରୋପକାରୀ,ବନ୍ଧୁବତ୍ସଳ, ମିଷ୍ଟଭାଷୀ, ଓ ସହୃଦୟ ବ୍ୟକ୍ତି ହିସାବରେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ଜ୍ୟେଷ୍ଠପୁତ୍ର ସ୍ୱର୍ଗତ ଅନାମବନ୍ଧୁ ଧଳ କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ଥିଲେ। ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ମିଟୁ ମନୋଜ ଦାସ ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଅସିତବନ୍ଧୁ ମୁଖାଗ୍ନି ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading