କେନ୍ଦ୍ରାପଡ଼ା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାତରୁ ଗଳୁଛି ପାଣି



କେନ୍ଦ୍ରାପଡ଼ା,୩୦/୮: କେନ୍ଦ୍ରାପଡ଼ା ବିଦ୍ୟୁତ ବିଭାଗ ମୁଖ୍ୟ କାର୍ଯ୍ୟଳୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାତରୁ ବୋହୁଛି ପାଣି । ବିଦ୍ୟୁତ ବିଭାଗ ଗୃହ ନିର୍ମାଣ କାର୍ଯ୍ୟକ୍ରମ ଦୁର୍ନୀତିର ଶେଷ ସୀମା ଟପିଯାଇଛି । ଛାତରୁ ପାଣି ଗଳି ଚେୟାର ଏବଂ ଟେବୁଲ ନଷ୍ଟ ହୋଇଯିବା କାରଣ ନିର୍ବାହୀ ଯନ୍ତ୍ରୀ ନିଜ ଚେୟାର ରେ ମଧ୍ୟ ବସି ପାରୁନାହାନ୍ତି । ଯାହାଦ୍ୱାରା ଠିଆହୋଇ କାମ କରିବାକୁ ପଡୁଛି । ଉକ୍ତ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏହାର ସୁବନ୍ଦବସ୍ତ ହୋଇପାରୁନାହିଁ । ଯାହାଦ୍ୱାରା ନିର୍ବାହୀ ଯନ୍ତ୍ରୀ ସତ୍ୟପ୍ରକାଶ ସାହୁ ଅଫିସ ଆସିବାରେ ମଧ୍ୟ ଅନିୟମିତତା ଦେଖାଦେଇଛି । ସବୁଠାରୁ ବ୍ୟତିକ୍ରମ ବିଷୟ ଏହାଯେ ଟାଟା କମ୍ପାନୀ ସାଧାରଣ ଲୋକଙ୍କଠାରୁ ମୁଠା ମୁଠା ଟଙ୍କା ନେଉଥିବା ବେଳେ କାର୍ଯ୍ୟଲୟ ଅବସ୍ଥା ଅତି ଦୟନୀୟ ଏବଂ ଶୋଚନୀୟ । ଛାତରୁ ପାଣି ପଡିବା ଦ୍ୱାରା କାର୍ଯ୍ୟାଳୟ ଭିତରେ ଥିବା କମ୍ପୁଟର, ପ୍ରିଣ୍ଟର ଓ ଅନ୍ୟ ଲୋକମାନଙ୍କ କାଗଜପତ୍ରଗୁଡିକ ନଷ୍ଟ ହୋଇଯାଇଛି । ବାରମ୍ବାର ଛାତରୁ ପାଣି ଗାଳିବା ଦ୍ୱାରା ବୁଲୁଥିବା ଫ୍ୟାନ ମଧ୍ୟ ଖରାପ ହୋଇଯାଇଛି । କେତେବେଳେ ଅଫିସ ଚାର୍ଜ ହୋଇଯାଇ କାହାର ଜୀବନ ହାନି ଘଟିବ ସେଥିପାଇଁ ଦାଈ କିଏ ରହିବ । ନିର୍ବାହୀ ଯନ୍ତ୍ରୀ ସତ୍ୟପ୍ରକାଶ ସାହୁ ଓ ସଂଜୀବ ମହାପାତ୍ର କେତେ ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟ କରୁଛନ୍ତି ତାହା କହିଲେ ନସରେ । ତେଣୁ ଛାତକୁ ଯଥାଶୀଘ୍ର ପୁନଃରୁଦ୍ଧାର ନକଲେ କେତେବେଳେ ଏହି ଦୁଇ ନିର୍ବାହୀ ଅଧିକାରୀଙ୍କର କଣ ହେବ ସେଥିପାଇଁ ଟାଟା ବିଭାଗ ଏବଂ ତାଙ୍କର ଉପରିସ୍ଥ କର୍ମଚାରୀମାନେ ଦାୟୀ ରହିବେ ବୋଲି ସାଧାରଣ ଲୋକେ ଆଲୋଚନା କରୁଛନ୍ତି ।


Next Post

ଜଳବନ୍ଦିରୁ କେବେ ମୁକୁଳିବ ପଟ୍ଟାମୁଣ୍ଡାଇ ପୌରାଂଚଳ : ଅସରାଏ ବର୍ଷାରେ ଯୁଆଡ଼େ ଚାହିଁବ ସିଆଡ଼େ ପାଣି

Sat Aug 31 , 2024
ପଟ୍ଟାମୁଣ୍ଡାଇ,୨୯/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ। ବିଭିନ୍ନ ଜାଗା ରାସ୍ତା ଉପରେ ଅସରାଏ ବର୍ଷା ହେଲେ ବୁଡ଼ି ଯାଉ ଜମି ରହୁଛି ପାଣି। କେତେକ ଜାଗାରେ ଜଳବନ୍ଦି ସମସ୍ୟା ସୃଷ୍ଟି ହେଉଛି । ବର୍ଷା ପରେ କୃତ୍ରିମ ପୋଖରୀ ଓ ନାଳ ଭ୍ରମ ସୃଷ୍ଟି ହେଉଛି। ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହୁଥିଲେ ବି ଏହାର ସମାଧାନର ବାଟ ବାହାରି ପାରୁନାହିଁ। ଯାହାକୁ ନେଇ ପୌରାଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ […]

You May Like