ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ଖବରଦାତା ସମ୍ମିଳନୀ



କେନ୍ଦ୍ରାପଡା ୫/୯ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ଖବରଦାତା ସମ୍ମିଳନୀ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଖବରଦାତା ମାନଙ୍କୁ ସୁଚନାଦେଇ ଜିଲ୍ଲାପାଳ କହିଥିଲେ ଯେ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସଶକ୍ତ କରିବ। ଏହି ଯୋଜନାରେ ସମସ୍ତ ହିତାଧିକାରୀ ସାମିଲ ହୋଇପାରିବେ। ମହିଳାମାନଙ୍କୁ ବାର୍ଷିର୍କ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ୫ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଗୋଟିଏ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ୟ କିସ୍ତି ଆନ୍ତର୍ଜାତିକ ମହିଳା ଦିବସରେ ପ୍ରଦାନ କରାଯିବ। ମହିଳାମାନଙ୍କ ବ୍ୟାଙ୍କ ଆକାଉଂଟରେ ଆଧାର ସଂଲଗ୍ନ ଥିଲେ ଟଙ୍କା ସିଧାସଳଖ ସେମାନଙ୍କ ଖାତାକୁ ଯିବ। କେନ୍ଦ୍ରାପଡା ଜିଲ୍ଲାରେ ୭ଲକ୍ଷ ସୁଭଦ୍ରା ଯୋଜନା ଫର୍ମ ବଂଟନ ହେଉଛି। ମହିଳାମାନେ ବ୍ଲକ କାର୍ଯ୍ୟାଳୟ, ପୈାରପାଳିକା, ଶିଶୁ ବିକାଶ ଯୋଜନା ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟ, ଅଙ୍ଗନୱାଡିକେନ୍ଦ୍ର, ମୋ ସେବା କେନ୍ଦ୍ରରୁ ମାଗଣାରେ ଏହି ଫର୍ମ ପାଇପାରିବେ। ଆଧାରକାର୍ଡ ସଂଶୋଧନ ଏବଂ ମୋବାଇଲ ନମ୍ବର ସଂଯୋଜଗୀକରଣ ପାଇଁ ଜିଲ୍ଲାରେ ୧୪୨ଟି ଶିବିର ଖୋଲାଯାଇଛି। ଏଥିରେ ମାଗଣାରେ ସମସ୍ତ ସେବା ଉପଲବ୍ଧ ହେବ। ଜିଲ୍ଲାରେ ୧୦୨୪ଟି ଜନସେବା କେନ୍ଦ୍ରରେ ସୁଭଦ୍ରା ଫର୍ମ ମିଳିବାର ବ୍ୟବସ୍ଥା କରାଯାଇଛି। ଏହାକୁ ତଦାରଖ କରିବା ପାଇଁ ୪୨୪ଜଣ ନୋଡାଲ ଅଧିକାରୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ। ଏଥିପାଇଁ କୈାଣସି ବ୍ୟକ୍ତି ବା ସଂସ୍ଥା ଅର୍ଥ ଦାବି କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ସୁଦ୍ଧା ଏସଙ୍କ୍ରାନ୍ତରେ ୪୨ଟି ଅଭିଯୋଗ ମିଳିଛି। ଏଗୁଡିକର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏସମ୍ପର୍କରେ କାହାରି କୈାଣସି ଅଭିଯୋଗ ଥିଲେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର କୁଇନି ଜେନାଙ୍କୁ ମୋବାଇଲ ନମ୍ବର- ୬୩୭୧୬୮୮୩୩୧ ଓ ଜିଲ୍ଲା ମମତା ସଂଯୋଜକ ମନୋରଞ୍ଜନ ଦାସଙ୍କୁ ମୋବାଇଲ ନମ୍ବର- ୯୪୩୮୩୭୩୯୨୮ରେ ଯୋଗାଯୋଗ କରି ଅଭିଯୋଗ କରିପାରିବେ। ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଡେପୁଟୀ କଲେକ୍ଟର କୁଇନି ଜେନା, ମମତା ଜିଲ୍ଲା ସଂଯୋଜକ ମନୋରଞ୍ଜନ ଦାସ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ।


Next Post

ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ନିଆରା ଗୁରୁ ଦିବସ ପାଳିତ

Thu Sep 5 , 2024
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ତା ୫/୯-ନୈତିକ ଆଧ୍ୟାତ୍ମିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ ପାଇଁ ଗୁରୁକୁଳ ପରମ୍ପରାରେ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠ ପରିସରରେ ଗଢି ଉଠିଥିବା ନିଆରା ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ସବୁ କ୍ଷେତ୍ରରେ ସଫଳତାର ପାହାଚ ଚଢି ଚାଲିଥିବାବେଳେ ଆଜି ନିଆରା ଢଙ୍ଗରେ ଗୁରୁ ଦିବସ ପାଳନ କରି ଗୁରୁ -ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।ଏହି […]

KANIKA