ଆଧାର-ମୋବାଇଲ ସଂଯୋଗ ନଥିଲେ ବି ହେବ ‘ସୁଭଦ୍ରା’ ପଞ୍ଜିକରଣ



କେନ୍ଦ୍ରାପଡ଼ା,୬ା୯: ସୁଭଦ୍ରା ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ ନ ପଡ଼ନ୍ତି ସେଥିପ୍ରତି ରାଜ୍ୟ ସରକାର ସଜାଗ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇ ନଥିଲେ ବି ବାୟୋମେଟ୍ରିକ ପଦ୍ଧତ୍ତିରେ ଆଧାର ପ୍ରମାଣୀକରଣ କରାଯାଇ ପାରିବ। ମୋବାଇଲ ନମ୍ବର ସହିତ ଲିଙ୍କ ହୋଇନଥିଲେ ମଧ୍ୟ ନିଜର ଫିଙ୍ଗରପ୍ରିଣ୍ଟ ଦେଇ ‘ସୁଭଦ୍ରା’ ଫର୍ମ ଦାଖଲ କରାଯାଇପାରିବ। ତେଣୁ ବିନା ମୋବାଇଲ ନମ୍ବର ସଂଯୋଗରେ ମଧ୍ୟ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନପତ୍ର ପୂରଣ ଓ ପଞ୍ଜିକରଣ କରାଯାଇ ପାରିବ। ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିବାକୁ ବ୍ୟସ୍ତ ନହୋଇ ଗହଳି ନକରି ବିନା ଫୋନ ନମ୍ବର ଲିଙ୍କରେ ବି ଫର୍ମ ପୁରଣ କରାଯାଇ ଦାଖଲ କରାଯାଇପାରିବ। ପଞ୍ଜିକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରିତ ହୋଇ ନଥିବାରୁ ଆବେଦନକାରୀମାନେ ବିବ୍ରତ ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏ ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ଡେପୁଟୀ କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ କୁଇନ୍ ଜେନା ସୂଚନା ଦେଇଛନ୍ତି।


Next Post

ପଟ୍ଟାମୁଣ୍ଡାଇରେ କୌଶଳ ରଥ ପରିକ୍ରମା

Sat Sep 7 , 2024
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ-କେନ୍ଦ୍ର ସରକାରଙ୍କ ଦ୍ୱାରା ବିକାଶର ଧାରାକୁ ବଢ଼ାଇବା ଏବଂ ଯୁବକ ଯୁବତୀମାନଙ୍କୁ ଡିଜିଟାଲଇଜେସନ ମାଧ୍ୟମରେ କାର୍ଯ୍ୟ କରିବାର ଉନ୍ନତ ଶୈଳୀ ବିଷୟରେ ଜ୍ଞାନ ପ୍ରଦାନ କରିବାକୁ ଆରମ୍ଭ ହୋଇଥିବା କୌଶଳ ରଥ ଶୁକ୍ରବାର ଅପରାହ୍ନରେ ପଟ୍ଟାମୁଣ୍ଡାଇରେ ପହଂଚିିବା ପରେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଡିଜିଟାଲ ବସ୍ ମାଧ୍ୟମରେ ଡିଜିଟାଲ ସ୍ୱାକ୍ଷରତା, ଆର୍ôଥକ ସ୍ୱାକ୍ଷରତା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ବିକାଶକୁ ପରିସ୍ଫୁଟନ କରିବା ଏହି କୌଶଳ […]

KANIKA