ଅଧା ପନ୍ତରିଆ ହୋଇ ପଡିରହିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା



କେନ୍ଦ୍ରାପଡ଼ା,୧୨/୯: ତରାଣ୍ଡୋ ଭାୟା ବଉଳବିହାର ଖଇରବାଦ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ୧୧/୧୦/୨୦୨୨ରେ ଫଳକ ଲଗାଇବା ଏକବର୍ଷ ପରେ କାମ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ ଶେଷ ହୋଇପାରିଲା ନାହିଁ । ଯଦି ସରକାରୀ ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟର ଅବଧି ୧୦/୧୦/୨୦୨୭ ପର୍ଯ୍ୟନ୍ତ ଚାଲୁ ରହିଛି । କିନ୍ତୁ ଯେଉଁଠି ଆବଶ୍ୟକ ସେଠାରେ ଠିକାଦାର କାର୍ଯ୍ୟ ନକରି ଅନ୍ୟସ୍ଥାନରେ ଅତି ନିମ୍ନମାନର କାର୍ଯ୍ୟ କରି ବିଲ ହାତେଇବାରେ ଚକ୍ରାନ୍ତ କରୁଛନ୍ତି । କାରଣ କପାଳେଶ୍ୱର ପଞ୍ଚାୟତ ହରିଜନ ବସ୍ତି ଦେଇ ଯାଇଥିବା ଜଊ ରୋଡ଼ ସମ୍ପୂର୍ଣ୍ଣ ଭାବେ ବର୍ଷାଜଳରେ କୃତ୍ରିମ ବନ୍ୟ ଦେଖିବାକୁ ମିଳିଛି । ରାସ୍ତା ସମ୍ପୁର୍ଣ୍ଣ ଭାବେ ବୁଡ଼ିଯାଇଛି । ଯାହାଦ୍ୱାରା ଲୋକେ ଗମନାଗମନ କରିବା ପାଇଁ ବହୁ ସମସ୍ୟର ସମ୍ମୁଖୀନ ହେଉଛନ୍ତି । ରାତି ପାହିଲେ ହରିଜନ ବସ୍ତିର ଲୋକେ ବିଲବାଡ଼ିଠାରୁ ଆରମ୍ଭ କରି ବେପାର ବାଣିଜ୍ୟ ପର୍ଯ୍ୟନ୍ତ ଏହି ରାସ୍ତାଦେଇ ଗମନାଗମନ କରିଥାନ୍ତି । କିନ୍ତୁ ରାସ୍ତା କାମକୁ ଅଧା ପନ୍ତରିଆ କାମ କରି ଏସି ଗାଡ଼ିରେ ବୁଲୁଛନ୍ତି ଠିକାଦାର ବାବୁ । ଠିକାଦାର ଜଣକ କୋଟି କୋଟି ଟଙ୍କାର କାମ କରୁଥିବା ବେଳେ ସରକାରୀ ବାବୁମାନଙ୍କୁ ନିଜ ଅର୍ଥ ବଳରେ ଚୁପକରି ରଖିଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହି ଟାଇଲ ଯେତିକି ବି ହୋଇଛି ଅତି ନିମ୍ନମାନର ହୋଇଥିବାର ଲୋକେ ଅଭିଯୋଗ କରିଛନ୍ତି । କାମକୁ ଦେଖିବା ପାଇଁ ନା ଜେଇ ଥିଲେ ନା କେହି ଅନ୍ୟ କର୍ମଚାରୀ । ମନ ମୋତାଣିଆ ହୋଇଛି ଏହି ସଡ଼କ କାର୍ଯ୍ୟ । ସବୁଠାରୁ ଦୁର୍ଭାଗ୍ୟର ବିଷୟ କପାଳେଶ୍ୱର ହରିଜନ ସାହି ରାସ୍ତା କାମ ହୋଇ ପାରିନଥିବାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀମାନେ ହେଲେ ଫକୀର ମଲ୍ଲିକ, ଅକ୍ଷୟ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ରଘୁନାଥ ମଲ୍ଲିକ, କୁନିଆ ମଲ୍ଲିକ, ରବୀନ୍ଦ୍ର ମଲ୍ଲିକ, ଅର୍ଜୁନ ମଲ୍ଲିକ, ସୁନାକାର ମଲ୍ଲିକ, କାଶୀନାଥ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ, ଧନେଶ୍ୱର ମଲ୍ଲିକ, ଗୁରୁଚରଣ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି ।


Next Post

ଚୋରା ମଦ ଧରିବାକୁ ଯାଇ ଅବକାରୀ ବିଭାଗ ହଟହଟା , ଗାଡି ଅଟକ

Fri Sep 13 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ତଳପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରାମଦ କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଅବକାରୀ ଟିମ୍ ଚଢାଉ କରି ଧମକ ଚମକ ଦେବା ସହିତ ଆସବାବପତ୍ର ଭଙ୍ଗା ରୁଜା କରିବାରୁ ଲୋକେ ଉତ୍ୟକ୍ତହୋଇ ସେମାନଙ୍କୁ ଅଟକ ରଖିଥିଲେ। ପରେ ପୋଲିସ ପହଁଚି ବୁଝାସୁଝା କରିବାରୁ ସେମାନେ ମୁକୁଳିଛନ୍ତି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ […]

KANIKA