ଅଧା ପନ୍ତରିଆ ହୋଇ ପଡିରହିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା



କେନ୍ଦ୍ରାପଡ଼ା,୧୨/୯: ତରାଣ୍ଡୋ ଭାୟା ବଉଳବିହାର ଖଇରବାଦ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ୧୧/୧୦/୨୦୨୨ରେ ଫଳକ ଲଗାଇବା ଏକବର୍ଷ ପରେ କାମ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ ଶେଷ ହୋଇପାରିଲା ନାହିଁ । ଯଦି ସରକାରୀ ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟର ଅବଧି ୧୦/୧୦/୨୦୨୭ ପର୍ଯ୍ୟନ୍ତ ଚାଲୁ ରହିଛି । କିନ୍ତୁ ଯେଉଁଠି ଆବଶ୍ୟକ ସେଠାରେ ଠିକାଦାର କାର୍ଯ୍ୟ ନକରି ଅନ୍ୟସ୍ଥାନରେ ଅତି ନିମ୍ନମାନର କାର୍ଯ୍ୟ କରି ବିଲ ହାତେଇବାରେ ଚକ୍ରାନ୍ତ କରୁଛନ୍ତି । କାରଣ କପାଳେଶ୍ୱର ପଞ୍ଚାୟତ ହରିଜନ ବସ୍ତି ଦେଇ ଯାଇଥିବା ଜଊ ରୋଡ଼ ସମ୍ପୂର୍ଣ୍ଣ ଭାବେ ବର୍ଷାଜଳରେ କୃତ୍ରିମ ବନ୍ୟ ଦେଖିବାକୁ ମିଳିଛି । ରାସ୍ତା ସମ୍ପୁର୍ଣ୍ଣ ଭାବେ ବୁଡ଼ିଯାଇଛି । ଯାହାଦ୍ୱାରା ଲୋକେ ଗମନାଗମନ କରିବା ପାଇଁ ବହୁ ସମସ୍ୟର ସମ୍ମୁଖୀନ ହେଉଛନ୍ତି । ରାତି ପାହିଲେ ହରିଜନ ବସ୍ତିର ଲୋକେ ବିଲବାଡ଼ିଠାରୁ ଆରମ୍ଭ କରି ବେପାର ବାଣିଜ୍ୟ ପର୍ଯ୍ୟନ୍ତ ଏହି ରାସ୍ତାଦେଇ ଗମନାଗମନ କରିଥାନ୍ତି । କିନ୍ତୁ ରାସ୍ତା କାମକୁ ଅଧା ପନ୍ତରିଆ କାମ କରି ଏସି ଗାଡ଼ିରେ ବୁଲୁଛନ୍ତି ଠିକାଦାର ବାବୁ । ଠିକାଦାର ଜଣକ କୋଟି କୋଟି ଟଙ୍କାର କାମ କରୁଥିବା ବେଳେ ସରକାରୀ ବାବୁମାନଙ୍କୁ ନିଜ ଅର୍ଥ ବଳରେ ଚୁପକରି ରଖିଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହି ଟାଇଲ ଯେତିକି ବି ହୋଇଛି ଅତି ନିମ୍ନମାନର ହୋଇଥିବାର ଲୋକେ ଅଭିଯୋଗ କରିଛନ୍ତି । କାମକୁ ଦେଖିବା ପାଇଁ ନା ଜେଇ ଥିଲେ ନା କେହି ଅନ୍ୟ କର୍ମଚାରୀ । ମନ ମୋତାଣିଆ ହୋଇଛି ଏହି ସଡ଼କ କାର୍ଯ୍ୟ । ସବୁଠାରୁ ଦୁର୍ଭାଗ୍ୟର ବିଷୟ କପାଳେଶ୍ୱର ହରିଜନ ସାହି ରାସ୍ତା କାମ ହୋଇ ପାରିନଥିବାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀମାନେ ହେଲେ ଫକୀର ମଲ୍ଲିକ, ଅକ୍ଷୟ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ରଘୁନାଥ ମଲ୍ଲିକ, କୁନିଆ ମଲ୍ଲିକ, ରବୀନ୍ଦ୍ର ମଲ୍ଲିକ, ଅର୍ଜୁନ ମଲ୍ଲିକ, ସୁନାକାର ମଲ୍ଲିକ, କାଶୀନାଥ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ, ଧନେଶ୍ୱର ମଲ୍ଲିକ, ଗୁରୁଚରଣ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading