ଗୀତିକବି ସୁଶାନ୍ତ ପାଣିଙ୍କୁ ଗୁରୁ ସମ୍ମାନ


ପଟ୍ଟାମୁଣ୍ଡାଇ ତା ୧୩/୯-ଓଡିଶାର ପ୍ରମୁଖ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ପ୍ରତିଷ୍ଠାତା ସଭାପତି ଗୀତିକବି ସୁଶାନ୍ତ ପାଣିଙ୍କୁ ଓଡିଶୀ ନୃତ୍ୟ ସଂଗୀତର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପବିତ୍ର ଗୁରୁ ଦିବସ ଅବସରରେ ସମ୍ମାନଜନକ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ସ୍ଵାଣ୍ଡିସ ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ସାଂସଦ କବି ଡ଼ ପ୍ରସନ୍ନ ପାଟଶାଣୀ,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର,ପ୍ରସିଦ୍ଧ ଓଡିଶୀ ନୃତ୍ୟ ଶିଳ୍ପୀ କୁମକୁମ ମହାନ୍ତି,ଶାସ୍ତ୍ରୀୟ ସଂଗୀତ ଗୁରୁ ଦେବେନ୍ଦ୍ର ଶତପଥୀ ପ୍ରମୁଖ ଯୋଗ ଦେଇ ଗୀତିକବି ସୁଶାନ୍ତ ପାଣିଙ୍କୁ ଗୁରୁ ସମ୍ମାନରେ ସମ୍ମାନିତ କରିଥିଲେ । ଏଥି ପୂର୍ବରୁ ଶ୍ରୀପାଣି ଓ କଳା ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ଓ ହରିଆନା ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିବାବେଳେ ରାଜ୍ୟସ୍ତରୀୟ ଭାରତୀ ଯୁବସମ୍ମାନ,ବଳଦେବଶ୍ରୀ ସମ୍ମାନ, ପୃଥ୍ୱୀଦେବୀ ସମ୍ମାନ, ସୁଲେଖା ସଂସ୍କୃତି ସମ୍ମାନ,ଗ୍ରନ୍ଥ ସାରଥୀ ସମ୍ମାନ,ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।ଏଥି ପାଇଁ ଶ୍ରୀପାଣିଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading