ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ଦେଶକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାର କ୍ଷମତା ରହିଛି ହିନ୍ଦୀ ଭାଷାର



କେନ୍ଦ୍ରାପଡ଼ା,୧୪ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ଜେନା ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ପରେ ହିନ୍ଦୀ ଦିବସ ସମ୍ବନ୍ଧିତ ଏକ ସମବେତ ନୃତ୍ୟ ପରିବେଷଣ କରାଯାଇଥିଲା। ହିନ୍ଦୀ ଦିବସ ଉପରେ ଛାତ୍ରଛାତ୍ରୀମାନେ ନିଜ ନିଜର ବକ୍ତବ୍ୟ ରଖିବା ସହିତ ପାଠ୍ୟକ୍ରମ ଆଧାରିତ ପ୍ରକଳ୍ପ ଗୁଡିକୁ ଉପସ୍ଥାପନା କରିଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁ କହିଥିଲେ ଯେ ହିନ୍ଦୀ ଭାଷା କେବଳ ଭାରତ କାହିଁକି ସାରା ବିଶ୍ୱକୁ ଗୋଟିଏ ସୁତ୍ରରେ ଯୋଡିବା ପାଇଁ ଏକମାତ୍ର ଭାଷା ରୂପେ ଆଜି ବିରାଜମାନ। କାହିଁକି ନା ବିଶ୍ୱର ସମସ୍ତ ମାନବ ସମାଜ ଏହି ଭାଷାକୁ ବୁଝି କହିବା ପାଇଁ ସକ୍ଷମ ହୋଇପାରିଛନ୍ତି। ଭାରତୀୟ ସମ୍ବିଧାନ ଏହି ଭାଷାକୁ ୧୪ସେପ୍ଟେମ୍ବର ୧୯୪୯ମସିହାରେ ସ୍ୱୀକୃତି ଦେବା ପର ଠାରୁ ଆମ ଦେଶ ସେହି ଦିବସକୁ ପ୍ରତ୍ୟେକ ବର୍ଷ ହିନ୍ଦୀ ଦିବସ ରୂପେ ପାଳନ କରି ଆସୁଛି। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ହିନ୍ଦୀ ହେଉଛି ଏକ ସରଳ ଭାଷା। ଏହି ଭାଷାକୁ ଶିକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକତା ରହିଛି। କାରଣ ଯେତେବେଳେ ଆମେ ଦେଶ ବିଦେଶକୁ ଯିବା ସେତେବେଳେ ଏହି ଭାଷାର ବହୁ ଗୁରୁତ୍ୱ ରହିଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁସ୍ମିତା ଲେଙ୍କା, ମାନସ ତରାଇ, ସୁଜାତା ସାହୁ, ଲକ୍ଷ୍ମୀ ନାୟକ, ଶଙ୍କର୍ଷଣ ମେକାପ, ସାବିତ୍ରୀ ସାହୁ, ଜୟନ୍ତୀ କୁମାରୀ ମହାନ୍ତି, ଆରତୀ ଖଟୁଆ, ସବିତା ରାଉତରାୟ, ଦୀପା ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ରାଇସନ ମାରାଣ୍ଡି ଧନ୍ୟ ବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading