ଅନାମବନ୍ଧୁ ଧଳଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି ସଭା



କେନ୍ଦ୍ରାପଡ଼ା,୧୫ା୯: କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଅନାମବନ୍ଧୁ ଧଳଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ରବିବାର କପାଳେଶ୍ୱର ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନାମବନ୍ଧୁ ଧଳ ସ୍ମୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ମୃତି ପରିଷଦର ସଭାପତି ଧିରେନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସ୍ୱର୍ଗତ ଅନାମବନ୍ଧୁ ଜଣେ ଦରଦୀ ରାଜନେତା ଓ ଉତ୍ତମ ବନ୍ଧୁ ଭଳି ସଭିଙ୍କୁ ଆଦରି ନେଇଥିବା ବେଳେ ଦଳବଳ ନିର୍ବିଶେଷରେ ସମସ୍ତଙ୍କୁ ଭଲପାଇବା ସହ ଉପଯୁକ୍ତ ସମ୍ମାନ ମଧ୍ୟ ଦେଉଥିଲେ। ତାଙ୍କ ଭଳି ଜଣେ ଆଦର୍ଶ ଯୁବ ନେତାଙ୍କୁ ଆମେ ହରାଇ ଆଜି ମର୍ମାହତ। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ବିଧାୟକ ଶ୍ରୀ ବେହେରା। ସେହିପରି ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଯୁବ ନେତା ରାଜେଶ ପଣ୍ଡା, ହିରଣ୍ୟ ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନା, ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ ଚନ୍ଦନ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ସ୍ୱର୍ଗତ ଧଳଙ୍କ ପତ୍ନୀ ମମତାରାଣୀ ଧଳ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ଲୋହିତ ମହାନ୍ତି, ରାଜୁ କୁବେର, ରଞ୍ଜନ ସାହୁ, ବିଜୟ ମଣ୍ଡଳ, ସାହେବ ସାହିଲ ରାଉତ, ଦୁର୍ଗାଶିଷ ମହାନ୍ତି, ଜୟପ୍ରକାଶ ଗିରି, ନାରାୟଣ ଦସାହୁ, ମୁକ୍ତାର ଖାଁ, ଗଣେଶ ଚନ୍ଦ୍ର ମେକାପ, ଅସିତବନ୍ଧୁ ଧଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଧଳଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ପ୍ରଦୀପ ପ୍ରଧାନ, ନାରାୟଣ ପରିଡା, ଶରତ ସାମଲ, ମାନସ ଦାସ, ଗୟାଧର ଧଳ, ବରିଷ୍ଠ ସାମ୍ବାଦିକ ପରେଶ ଦାସ, ସନ୍ତୋଷ ବେହେରା, କାଉନସିଲର ଉମେଶ ନାୟକ, ସୁମିତ୍ରା ପାଢୀ, ଲୋପାମୁଦ୍ରା ବାରିକ, ମିନତୀ ପରିଡା, ରଞ୍ଜନ କର, ସଙ୍ଗମକେଶରୀ ସାମଲ, ଅଶୋକ ବରାଳ, ଅସିତବନ୍ଧୁ ଧଳ, ସେକ ଓସିମୁଦ୍ଦିନ, ସ୍ମୃତିମୟୀ ସେନାପତି,କାଶିନାଥ ରାଉତରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବଳଭଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading