ପଟ୍ଟାମୁଣ୍ଡାଇରେ ଇଦ ମିଲାଦୁନ ନବି ପାଳିତ


ପଟ୍ଟାମୁଣ୍ଡାଇ -ପଟ୍ଟାମୁଣ୍ଡାଇ ଅଂଚଳରେ ପବିତ୍ର ଇସଲାମ ଧର୍ମର ମହାନ ପ୍ରବର୍ତକ ହଜରତ ମହମଦଙ୍କ ଜନ୍ମ ଦିବସ ଇଦ ମିଲାଦୁନ ନବି ସମାରୋହରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ପୌରାଂଚଳର ୧୧ନଂ ୱାର୍ଡ ସଂଖ୍ୟାଲଘୁ ବସ୍ତିର ମଦ୍ରାସା ନିକଟରୁ ସୋମବାର ଏକ ବିରାଟ ଶୋଭାଯାତ୍ରା ବାହାରି ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରିବା ପରେ ମଦ୍ରାସା ନିକଟରେ ପହଂଚି ଥିଲା । ମୁସଲମାନ ବସ୍ତିର ମାନ୍ୟଗଣ୍ୟ ବ୍ୟକ୍ତି ଓ ମୁରବୀମାନେ ଶୋଭାଯାତ୍ରାରେ ସାମିଲ ହୋଇ ଉତ୍ସବ ମନାଇ ଥିଲେ । ଏଇ ଅବସରରେ ମଦ୍ରାସା ଠାରେ ଏକ ଧର୍ମ ସଭା କରାଯାଇଥିଲା । ଏଥିରେ ଇମାମ ସାହେବ ଇସ୍ରାଇଲ, ମୌଲାନା ୱାସିମ କାଦରୀ, ହାପିଜ ସଲ୍ଲାଉଦ୍ଦିନ ପ୍ରମୁଖ ମହାପୁରୁଷ ମହମଦଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ଇସଲାମ ଧର୍ମ ଶାନ୍ତି, ପ୍ରୀତି ଓ ସଦଭାବନା ପାଇଁ ଉଦିଷ୍ଟ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସେକ ମତଲୁବ ଅଲ୍ଲୀ,ସେକ ମକସୁଦ ଅଲ୍ଲୀ,ସେକ ଅକତର ଅଲ୍ଲୀ,ସେକ ସାହିଲ, ସେକ କାଲନ ଖାଁ,ସେକ ଜମସେର ଅଲ୍ଲୀ,ମିର୍ଜା ଇସଲାମ ବେଗ ସଇଦ ସାହାବାଜ,ସେକ ସମସେର ଅଲ୍ଲୀ ପ୍ରମୁଖ ପରିଚାଳନା କରିଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ,ରାଜ୍ୟ ମହିଳା ବିଜେଡି ସମ୍ପାଦିକା କାଉନସିଲର ସାନିଆ ପରମିନ ସାହେବା, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ବରିଷ୍ଠ ବିଜେଡି ନେତା ଅମୂଲ୍ୟ ପ୍ରଧାନ ପ୍ରମୁଖ ଯୋଗ ଦେଇ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିବା ସହିତ ମୁସଲମାନ ବସ୍ତିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।


Next Post

ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

Mon Sep 16 , 2024
କେନ୍ଦ୍ରାପଡ଼ା,୧୬ା୯: ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଉପସଭାପତି ଫକିର ମୋହନ ଦାସଙ୍କର ୧୦୧ବର୍ଷ ବୟସରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଅପରାହ୍ନ ୩ଟା ୧୮ମିନିଟରେ ଦେହାନ୍ତ ହୋଇଯାଇଛି। ପୂର୍ବରୁ ସ୍ୱର୍ଗତ ଦାସ ମୁତ୍ର ସଂକ୍ରମଣ ଜନିତ ରୋଗରେ ପିଡିତ ଥାଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଦେହ ଭଲ ହେବା ପରେ ଗ୍ରାମକୁ ଆସି ସେ ରହୁଥିଲେ। ଆଜି ହଠାତ […]

KANIKA