ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ



କେନ୍ଦ୍ରାପଡ଼ା,୧୬ା୯: ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ଉପସଭାପତି ଫକିର ମୋହନ ଦାସଙ୍କର ୧୦୧ବର୍ଷ ବୟସରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଅପରାହ୍ନ ୩ଟା ୧୮ମିନିଟରେ ଦେହାନ୍ତ ହୋଇଯାଇଛି। ପୂର୍ବରୁ ସ୍ୱର୍ଗତ ଦାସ ମୁତ୍ର ସଂକ୍ରମଣ ଜନିତ ରୋଗରେ ପିଡିତ ଥାଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଦେହ ଭଲ ହେବା ପରେ ଗ୍ରାମକୁ ଆସି ସେ ରହୁଥିଲେ। ଆଜି ହଠାତ ତାଙ୍କର ଝାଡାବାନ୍ତି ହେବା ସହିତ ସେ ସଂଜ୍ଞାହୀନ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ସଂଗ୍ରାମୀ ସ୍ୱର୍ଗତ ଦାସ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମର ଅଧିବାସୀ। ଖବରପାଇ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଡେରାବିଶ ବିଡିଓ ଦାଶରଥୀ ଜେନା, ଡେରାବିଶ ତହସିଲଦାର ପ୍ରଜ୍ଞାପରମିତା ପୃଷ୍ଟି, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଯୁବନେତା ରାଜେଶ ପଣ୍ଡା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଗ୍ରାମକୁ ନିଆଯାଇଥିଲା। ସେଠାରେ ଗ୍ରାମବାସୀଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ପଦ୍ମନାଭ ମୁଖାଗ୍ନୀ ଦେଇଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ସ୍ୱର୍ଗତ ଦାସଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading