ପଟ୍ଟାମୁଣ୍ଡାଇ ୧୭/୯- ପୋଖରୀରେ ପାଣିରେ ବୁଡି ତିନି ବର୍ଷର ଶିଶୁପୁତ୍ର ମୃତ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ମାଳିପୁର ଗାଁରେ । ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, ମାଳିପୁର ଗାଁର ଗଣେଶ ସେନାପତିଙ୍କର ତିନି ବର୍ଷର ଶିଶୁପୁତ୍ର ଗୌରବ ସେନାପତିଙ୍କ ଖେଳୁଥିବାବେଳେ, ଘର ପାଖ ପୋଖରୀରେ ବୁଡି ଯାଇଥିଲେ। ଏନେଇ ପରିବାର ଲୋକ ବହୁତ ଖୋଜାଖୋଜି କରି ପୋଖରୀରେ ଗୌରବଙ୍କୁ ଭାସୁଥିବାର ଦେଖିଥିଲେ । ପରେ ଗାଁ ଲୋକଙ୍କ ସହାୟତାରେ ଗୌରବକୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।