ଜିଗରଣରେ ଭାଗବତ ଜନ୍ମ ଉତ୍ସବ ପାଳନ


ବିତ୍ର ଇନ୍ଦୂପୂର୍ଣୀମା ଓ ଭାଗବତ ଜନ୍ମ ଉତ୍ସବ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଖଡିାଂଟା ପଂଚାୟତ ଜିଗରଣ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଭାଗବତ ଟୁଙ୍ଗି ଆନୁକୁଲ୍ୟରେ ଧର୍ମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବାବାଜୀ ରାମହରି ଦାସ ଭାଗବତ ଜନ୍ମ ବିଷୟରେ ଆଲୋକପାତ କରିବା ସହିତ ଭାଗବତ କିପରି ଧର୍ମ, ସଂସ୍କୃତି ଓ ଜନ ମାନସରେ ଗଭୀର ପ୍ରଭାବ ପକାଇଛି ବର୍ଣ୍ଣନା କରିଥିଲେ । ସନ୍ଧ୍ୟାରେ ନଗର କୀର୍ତନ ଗ୍ରାମ ପରିକ୍ରମା କରିଥିଲା । ସଙ୍ଗୀତ ଗୁରୁ ରବୀନ୍ଦ୍ର ନାୟକ, ନରହରି ଦାସ ଓ ଗୌରାଙ୍ଗ ରାଉତ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ଭଳ, ବେଲାଳସେନ ପରିଡ଼ା , ବିଦ୍ୟାଧର ମହାନ୍ତି, ଗୋକୁଳ ଚନ୍ଦ୍ର ରାଉତ ଭାବଗ୍ରାହୀ ରାଉତ, ସୁଦର୍ଶନ ଦାସ, କେଶବ ଚନ୍ଦ୍ର ରାଉତ ଅକ୍ଷୟ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ବଳରାମ ସାହୁ, ବିଷ୍ଣୁ ଚରଣ ଧଳ, ପଂଚାନନ ଧଳ, ଚତୁର୍ଭୁଜ ଦାସ, ଚନ୍ଦ୍ରଶେଖର ମୁଦୁଲି, ପ୍ରଫୁଲ୍ଲ ଦାସ, ଗୁରୁଚରଣ ସାହୁ, ଭାଗିରଥି ଦାସ , ଦୀନବନ୍ଧୁ ମଲ୍ଲିକ, ବିଦ୍ୟାଧର ରାଉତ ଓ ସର୍ବେଶ୍ୱର ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।