ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା, ଶିକ୍ଷକ ଗିରଫ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିବା ସହିତ ଚର୍ଚ୍ଚାର ବିଷୟ ହୋଇଛି । ରବିବାର ଅଭିଯୋଗ ମିଳିବା ପରେ ପୋଲିସ କେସ୍ ନମ୍ବର ୪୫୧/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ପୋକ୍ସକୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ କହିଛନ୍ତି।

ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏକ ନିଦ୍ଧିଷ୍ଠ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗତ କିଛି ଦିନ ହେବ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସାଦଆଚରଣ କରିଥିବା ନେଇ ନିଜ ଅଭିଭାବକଙ୍କୁ ଜଣାଇଥିଲେ । ଏହି ବିଷୟରେ ପରିବାର ଲୋକ ଜାଣିବା ପରେ ଶନିବାର ଦିନ ସ୍କୁଲରେ ଏହି ଅଭିଯୋଗକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ଝିଅର ବାପା-ମା’ଙ୍କ ସହ ବିଭିନ୍ନ ଅଭିଭାବକ ଓ ଗ୍ରାମାବାସୀ ଅସନ୍ତୋଷ ପ୍ରକାଶ କରି ଶିକ୍ଷକଙ୍କୁ କଠୋରଦଣ୍ଡ ଦେବାକୁ ଦାବି କରିଥିଲେ। ଶନିବାର ଅପରାହ୍ନ ଦୁଷ୍ଟ ଶିକ୍ଷକଙ୍କୁ ଏକ କୋଠରୀରେ ଅଟକ ରଖି ସ୍ଥାନୀୟ ପୋଲିସକୁ ଡାକି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ। ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ଘଟଣା ସ୍ଥଳରେ ପହଁଚି ଉକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନା ଆଣି ଅଟକ ରଖିଥିଲେ । ମାତ୍ର ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯାଇପାରିନଥିଲା । ରବିବାର ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବାରୁ ପୋଲିସ ଉକ୍ତ ଶିକ୍ଷକଙ୍କୁ ଗିରଫ କରି ଉଭୟଙ୍କ ଡାକ୍ତରିମାଇନା କରାଇଛନ୍ତି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ଶିକ୍ଷକଙ୍କ ପରିବାର ପକ୍ଷରୁ ଥାନାରେ ଅନ୍ୟଏକ ଅଭିଯୋଗ ହୋଇଥିବା ଜଣାପଡିଛି ।


Discover more from

Subscribe now to keep reading and get access to the full archive.

Continue reading