ନବ ନିର୍ବାଚିତ ଜିଲ୍ଲା ଓଷ୍ଟାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ



କେନ୍ଦ୍ରାପଡ଼ା,୨୩ା୯: ନବ ନିର୍ବାଚିତ ଜିଲ୍ଲା ଓଷ୍ଟାର ପ୍ରଥମ କାର୍ଯ୍ୟକାରିିଣୀ ବୈଠକ ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ବ୍ଲକ ଅଧିନ କୁତୁରଙ୍ଗ ପଞ୍ଚାୟତ ସିଦ୍ଧ ସେଢୁଆ ମହାପୁରୁଷ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନୂତନ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ସମ୍ପାଦକ ଭଗବାନ ସାହୁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପ୍ରାକ୍ତନ ନେତୃତ୍ୱ ତୈଲୋକ ସ୍ୱାଇଁ, କାଳୀ ପ୍ରସାଦ ନାୟକ, ତପନ କୁମାର ସିଂହ, ପ୍ରାକ୍ତନ ସଭାପତି ପ୍ରମୋଦ କୁମାର ବେହେରା, ପ୍ରାକ୍ତନ ସମ୍ପାଦକ ନିର୍ମଳ କୁମାର ନାୟକଙ୍କ ସମେତ ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ କୁମାର ଜେନା, କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ରବିନ୍ଦ୍ର କୁମାର ପରିଡା ପ୍ରମୁଖ ନୂତନ ରୂପେ ଜିଲ୍ଲା କାର୍ଯ୍ୟକାରିଣୀରେ ସାମିଲ ହୋଇଥିବା ସମସ୍ତ ସଭ୍ୟ/ସଭ୍ୟାଙ୍କୁ ଓଷ୍ଟାର ସାମ୍ବିଧାନିକ ବିଧି ବ୍ୟବସ୍ଥା ଉପରେ ସୂଚନା ପ୍ରଦାନ କରିବା ସହ ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ସ୍ୱାଭିମାନ ଓ ଐତିହ୍ୟକୁ ପୂର୍ବପରି ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାର ୯ଟି ବ୍ଲକର ସଭାପତି, ସମ୍ପାଦକ ଓ ଜିଲ୍ଲା କାର୍ଯ୍ୟକାରିଣୀର ସମସ୍ତ ସଭ୍ୟ/ସଭ୍ୟା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ଜିଲ୍ଲାକୁ ରାଜ୍ୟରେ ୧ ନମ୍ବର ସାଙ୍ଗଠନିକ ଜିଲ୍ଲା ରୂପେ ପ୍ରତିପାଦନ କରିବାକୁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏଥିସହ ଅଧିକ ସଂଖ୍ୟକ ସଭ୍ୟ ଦେୟ ସଂଗ୍ରହ ଓ ନଭେମ୍ବର ୨୪ରେ ହେବାକୁ ଥିବା ଓଷ୍ଟା ମେଧାବୃତ୍ତି ଅନ୍ୱେଷଣ ପରୀକ୍ଷା(ଓଟିଏସ୍‌ଇ)ରେ ଜିଲ୍ଲାର ପ୍ରତ୍ୟେକ ମାଧ୍ୟମିକ ବିଦ୍ୟାଳୟରୁ ଅଧିକ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଞ୍ଜିକରଣ କରାଇବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ଜିଲ୍ଲା ଉପସଭାପତି ସଞ୍ଜୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading