କଳସପୂଜା ଘାଟରେ ଜାଲିବ୍ୟବସ୍ଥା, କୁମ୍ଭୀର ପାଇଁ ସତର୍କତା, ଶାରଦୀୟ ଦୂର୍ଗା ପାଇଁ ତହସିଲରେ ଶାନ୍ତି କମିଟି ବୈଠକ


ପଟ୍ଟାମୁଣ୍ଡାଇ ୨୪/୯ ଜମିଦାର ଅମଳରୁ ପଟ୍ଟାମୁଣ୍ଡାଇରେ ପ୍ରଚଳିତ ହୋଇଆସୁଥିବା ଗଣପର୍ବ ଦୂର୍ଗାପୂଜା କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ପର୍ବ । ଏହି ପର୍ବକୁ ପୁରୁଷ ପୁରୁଷ ଧରି ପଟ୍ଟାମୁଣ୍ଡାଇବାସୀ ଗଣପର୍ବ ଭାବେ ପାଳନ କରି ଆସୁ ଥିବା ବେଳେ ଏହି ଉତ୍ସବର ଏକ ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଏହି ଶାରଦୀୟ ଦୂର୍ଗା ପୂଜା ଉତ୍ସବକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ମଙ୍ଗଳବାର ଶାନ୍ତିକମିଟି ସହିତ ପୂଜା କମିଟିର ମିଳିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ପଂଚାନନ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ରଜନଗର ବିଧାୟକ ଧ୍ରୁବ ସାହୁ , ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌରନର୍ବାହୀ ଅଧିକାରୀ ଅଜିତନାରାୟଣ ଗିରି, ଅଦର୍ଶଥାନା ଆଇଆଇସି ଶୁସାନ୍ତ ସାହୁଙ୍କ ସମେତ ପୁର୍ତବିଭାଗ ସହକାରୀଯନ୍ତ୍ରୀ ଜ୍ୟୋତିରଋନ ବେହେରା, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ,ବିଦ୍ୟୁତ ବିଭାଗ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ପାଢୀ ଅଗ୍ନିଶମ ଅଧିକାରୀ ରାମକୃଷ୍ମ ପଣ୍ଡା ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ସରକାରୀ ନୀତିନିୟମ ଓ ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ଦିଗରେ ସରକାରୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ବିଧାୟକ ପାଣ୍ଠିରୁ ବ୍ୟୟବରାଦ ହୋଇ ପଟ୍ଟାମୁଣ୍ଡାଇ ସହରରେ ଲଗିବାକୁ ଥିବା ସିସିଟିଭି କ୍ୟାମେରା ପୁଜାପର୍ବର୍ରୁ କାର୍ଯ୍ୟକ୍ଷମ କରିବାକୁ ବିଧାୟକ ପୌରର୍ନିାହୀ ଅଧିକାରୀ ଓ ଆଇଆଇସିଙ୍କୁ ପରାମର୍ଶ ଦେଇଥିଲେ । ବାଲିପଡା ,ବାଇପାସ ଓ ବାଳିକା ବିଦ୍ୟାଳୟ ପାଖ ରାସ୍ତା ମାରାମତି, ମେଡିକାଲ ଛକ, ବାଇପାସ ଛକ ଓ କେନାଲ ପୋଲ ନିକଟରେ ପୋଲିସ ନିୟଂତ୍ରଣ ବ୍ୟବସ୍ଥା, ନିଶା ଦ୍ରବ୍ୟ କାରବାର ଓ ବୁଲା ଗାଇ ଗୋରୁ ପ୍ରବେଶକୁ କଦାକଡ଼ି ଭାବେ ନିଷେଧ, ଅନ୍ୟ ରାସ୍ତାଘାଟ ମରାମତି, ଉଜ୍ୱଳ ଆଲୋକ ବ୍ୟବସ୍ଥା, କଳସପୂଜା ଘାଟରେ ଜାଲିବ୍ୟବସ୍ଥା, କୁମ୍ଭୀର ପାଇଁ ସତର୍କତା, ଅପମିଶ୍ରିତ ଖାଦ୍ୟ ବିକ୍ରି ଉପରେ କଟକଣା, ଅସ୍ଥାୟୀ ଟଇଲେଟ ବ୍ୟବସ୍ଥା କରିବା, ବ୍ୟବସ୍ଥିତ ବିଦ୍ୟୁତ ଓ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା, ମେଢ଼ ଯିବା ପାଇଁ ବାଧା ସୃଷ୍ଟି କରୁଥିବା ଗଛ କାଟିବା ସହିତ ଘରୋଇତାର ଉପରକୁ କରିବା, ପାନୀୟ ଜଳ ବ୍ୟବସ୍ଥା, ବିସର୍ଜନ ଘାଟରେ ଦଳ ସଫେଇ ଓ ଆଲୋକ ବ୍ୟବସ୍ଥ. ଆମ୍ବୁଲାନ୍ସ ପାଇଁ ରୋଡ଼ ସେଫ ବ୍ୟବସ୍ଥା ସର୍ବୋପରି କଡାକଡ଼ି ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉପରେ ପୁଙ୍ଖାନୁଫୁଙ୍ଖ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ସମସ୍ତ ମେଢର କର୍ମକର୍ତା ଉପସ୍ଥିତ ଥିଲେ । ତହସିଲଦାର ନାୟକ ପୂଜା ଉତ୍ସବକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଅତିରିକ୍ତ ତହସିଲଦାର ଦିଲିପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading