ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ଆଲୋଚନାଚକ୍ର


ପଟ୍ଟାମୁଣ୍ଡାଇ ୨୫/୯ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଓଡ଼ିଆ ଭାଷାର ଅସ୍ମିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଗବେଷକ ଡ଼ ନୀଳମଣି ଲେଙ୍କା ଯୋଗ ଦେଇ ଓଡ଼ିଆ ଅସ୍ମିତା ଉପରେ ଆଲୋକପାତ କରି କହିଥିଲେ ଯେ . ଗୋଟିଏ ଜାତିର ଅସ୍ମିତା ତାର ସାମୁହିକ ପରିଚୟ । ସେଥିରେ ଥାଏ ତାର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ, ବ୍ୟବହାରିକତା ଓ ତାସହ ଯୋଡ଼ା ବିଭିନ୍ନ ସାମାଜିକ ବିଭାବ, ଯଥା ଭାଷା ସାହିତ୍ୟ, ନୃତ୍ୟ ସଂଗୀତ, କୃଷି ଓ ଶିଳ୍ପ । ଏ ସମସ୍ତ ଭିତରେ ଭାଷା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ତାରି ମାଧ୍ୟମରେ ଗୋଟିଏ ଜାତିର ସାଂସ୍କୃତିକ ଜାଗରଣ ବଂଚିରହେ । ଓଡ଼ିଆ ଜାତିର ଅସ୍ମିତାକୁ ବଜାୟ ରଖିବାକୁ ହେଲେ ତାର ମୌଳିକ ଭାଷା ଓଡ଼ିଆକୁ ସୁରକ୍ଷିତ ରଖିବାକୁ ପଡ଼ିବ । ଓଡ଼ିଆ ଭାଷାକୁ ଅଧିକ ସମୃଦ୍ଧ କରିବା ପାଇଁ ଆମେ ସମସ୍ତେ ନିରନ୍ତର ଉଦ୍ୟମ କରିବା ଦରକାର ବୋଲି କହିଥିଲେ।  ଅଧ୍ୟାପିକା ଲଷ୍ମୀପ୍ରିୟା ପାତ୍ର ଓ ଅଧ୍ୟାପିକା ଶାନ୍ତି ସିଂହ ଓଡ଼ିଆ ଅସ୍ମିତା ଉପରେ ମତାମତ ଉପସ୍ଥାପନ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ପ୍ରମୋଦ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅଧ୍ୟାପକ ଚିନ୍ମୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସୌଭାଗ୍ୟ ନାୟକ ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନାଚକ୍ରରେ ଓଡ଼ିଆ ସମ୍ମାନ ବିଭାଗ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ ।


Next Post

ପାରିଶ୍ରମିକ ଦାବୀରେ ଜି ପି ଏଲ ଏଫ କର୍ମୀ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା

Thu Sep 26 , 2024
ପଟ୍ଟାମୁଣ୍ଡାଇ ୨୫/୯ -ଅଲ ଓଡିଶା ଜିପିଏଲଏଫ କର୍ମୀ ସଂଘ ଆହ୍ୱାନରେ ପଟ୍ଟାମୁଣ୍ଡାଇ ଜିପିଏଲଏଫ କର୍ମୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଚ୍ଛି । ପଟ୍ଟାମୁଣ୍ଡାଇ ବ୍ଲକର ୬ଟି ସିଏସଏସ ଦୀର୍ଘ ୧୨ବର୍ଷ ଧରି ନୀରବଛିନ୍ନ ଭାବେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିଆସୁଛନ୍ତି । ଦୀର୍ଘ ୬ମାସ ହେଲା ପଟ୍ଟାମୁଣ୍ଡାଇ ବ୍ଲକର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏମବିକେ, ବ୍ୟାଙ୍କ ମିତ୍ର, ସିଆରପିସିଏମ, ପ୍ରାଣୀ ମିତ୍ର, କୃଷି ମିତ୍ର ଏଲଏସପି […]

KANIKA