ଗୁଲନଗର ପଞ୍ଚାୟତରେ ଉଦ୍‌ଘାଟିତ ହେଲା ନିଶୁଳ୍କ ଫିଜିଓଥେରାପି



କେନ୍ଦ୍ରାପଡ଼ା, ୨୬/୯: ବର୍ତ୍ତମାନ ବରିଷ୍ଟ ନାଗରିକ ହେଉ କିମ୍ବା ସାଧାରଣ ଲୋକମାନେ ହୁଅନ୍ତୁ ବିଭିନ୍ନ ପ୍ରକାର ରୋଗରେ ପିଡିତ ହେଉଛନ୍ତି । ବିଷେଶ କରି ପିଟି ଓ ଅଣ୍ଟା ଯନ୍ତ୍ରଣା, ମାଂସପେଶୀ ଜନିତ ଯନ୍ତ୍ରଣା, ସ୍ନାୟୁଗତ ସମସ୍ୟା,ପକ୍ଷଘାତ, ଗଣ୍ଠି ବ୍ୟଥା କିମ୍ବା ଲିଗାମେଣ୍ଟ ସମସ୍ୟା ଦେଖାଯାଉଛି । ଏହାକୁ ଲକ୍ଷ୍ୟକରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ରାମନଗର ପାଟଣା ଠାରେ ନିୟୁ ହୋପ ଫିଜିଓ ଥେରାପି କେନ୍ଦ୍ର ଡା. ପ୍ରତାପ ରଞ୍ଜନ ନାୟକଙ୍କ ଉଦ୍ୟମରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହାକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଫିତା କାଟି ଉଦ୍‌ଘାଟନ କରିଛନ୍ତି । ଡା. ନାୟକ କହିଛନ୍ତି ଯେ ମୁ ଗ୍ରାମାଞ୍ଚଳ ଲୋକଙ୍କ ସେବା ପାଇଁ ଫିଜିଓଥେରାପି ଡାକ୍ତର ହୋଇଛି । ଆଖପାଖ ଅଞ୍ଚଳରେ ଏହି ସୁବିଧା ମିଳୁନାହିଁ । ତେଣୁ ମୋର ନିଜ ଗୁଲନଗର ପଞ୍ଚାୟତରେ ଏହାକୁ ଖୋଲିଛି । ଏହି ସପ୍ତାହରେ ସମସ୍ତଙ୍କ ପାଇଁ ମାଗଣାରେ ଚିକିତ୍ସା କରାଯିବ ଓ ଏହା ପରେ ବରିଷ୍ଟ ନାଗରିକ, ଭିନ୍ନକ୍ଷମ ଓ ଗରିବ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଚିକିତ୍ସା କରାଯିବ । ଏହା ସବୁଦିନ ସକାଳ ସମୟ ୬ଟା୩୦ରୁ ୯.୩୦ ଓ ସନ୍ଧ୍ୟା ୬.୩୦ରୁ ୮.୩୦ ମଧ୍ୟରେ ଚିକିତ୍ସା କରାଯିବ । ଆଜି ପ୍ରଥମେ ବିଧାୟକ ଶ୍ରୀ ବେହେରାଙ୍କ ମେରୁଦଣ୍ଡ ଯନ୍ତ୍ରଣା ହେଉଥିବାରୁ ଚିକିତ୍ସା କରାଯାଇଥିଲା । ଏହି କେନ୍ଦ୍ର ଉଦ୍‌ଘାଟନ ସମୟରେ କେନ୍ଦ୍ରାପଡା କଲେଜର ପୂର୍ବତନ ପ୍ରଫେସର ପଦ୍ମଚରଣ ସାମନ୍ତରାୟ, ଗୁଲନଗର ପଞ୍ଚାୟତର ପୂର୍ବତନ ସରପଞ୍ଚ ପିତବାସ ବେହେରା, ସମ୍ବିତ ଶ୍ରୀ ଚନ୍ଦନ, ବଳରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନଳିନି କାନ୍ତ ସାହୁ, ଜ୍ଞାନ ରଞ୍ଜନ ନାୟକ, ଗଣେଶ୍ୱର ସାହୁ ସହଯୋଗ କରିଥିଲେ ।


Next Post

ବ୍ରାହ୍ମଣୀ ନଦୀବନ୍ଧ ପରିଦର୍ଶନକଲେ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ

Thu Sep 26 , 2024
ପଟ୍ଟାମୁଣ୍ଡାଇ,୨୬/୯-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ଉପଖଣ୍ଡ ଅଳଭା-୨ ନିମପୁର ଦେଇ ପ୍ରଭାବିତ ହେଉଥିବା ବ୍ରାହ୍ମଣୀ ନଦୀର ପୋଖରୀସାହି ନିକଟରେ ବୁଧବାର ନଦୀପଠାରୁ ଅତଡା ଖସି ବନ୍ଧ ପାଇଁ ବିପଦ ସୃଷ୍ଟି କରିଛି। ଏହି ବନ୍ଧ ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳ ସମେତ ରାଜନଗର ଓ ମହାକାଳପଡା ବ୍ଲକ ଲୋକମାନଙ୍କୁ ସୁରକ୍ଷା ଦେଇ ଆସିଛି । ଗତକାଲି ରାଜନଗର ବିଧାୟକ ଧ୍ରୁବ ସାହୁ, ଅଧିକ୍ଷଣଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି […]