ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ଆଲୋଚନାଚକ୍ର


ପଟ୍ଟାମୁଣ୍ଡାଇ,୨୬/୯ -ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ମୂଲ୍ୟବୋଧ ଶିକ୍ଷା ଦୃଷ୍ଟିକୋଣରେ ଶିକ୍ଷକମାନଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟାପିକା ଡ଼ ରତ୍ନମଞ୍ଜରୀ ଦାସ ଯୋଗ ଦେଇ ବିଷୟ ଭିତିକ ଆଲୋଚନା କରିଥିଲେ । କଲେଜ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଥିରେ ଆଇ କୟୁୁ ଏସି ସଂଯୋଜକ ପ୍ରାଧ୍ୟପକ ଡ଼ ସୁନୀଲ ପ୍ରଧାନ,ଡ଼ ଫକୀର ପ୍ରଧାନ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଅଧ୍ୟାପିକା ନମିତା ବେହେରା ଧନ୍ୟବାଦ ଦେଇଥିଲେ । ଏଥିରେ ଶିକ୍ଷା ବିଭାଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading