କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟକୁ ସଂଯୋଗୀକରଣ ରାସ୍ତା ଆବଶ୍ୟକ



କେନ୍ଦ୍ରାପଡ଼ା, ୨୭ା୯: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳ ଠାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟକୁ କେନ୍ଦ୍ରାପଡ଼ା – ଇନ୍ଦୁପୁର ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ ଓ ବ୍ୟସ୍ତବହୁଳ ରାସ୍ତା ହୋଇଯାଇଛି। ଫଳରେ ସେହି ରାସ୍ତା ଦେଇ ଛାତଛାତ୍ରୀମାନେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ଓ ବିଦ୍ୟାଳୟରୁ ଗୃହକୁ ପ୍ରସ୍ଥାନ କରିବା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ ପ୍ରବେଶ ପଥ ଦେଇ ଏକ ରାସ୍ତା ବାରିମୂଳ ଉପକାରାଗାରକୁ ଯାଇଛି। ଫଳରେ ସେହି ରାସ୍ତା ଦେଇ ବଡ ବଡ ପୋଲିସ ଗାଡି ଗୁଡିକରେ କଏଦୀମାନେ ଅଧିକାଂଶ ସମୟରେ କାରାଗାରରୁ ଅଦାଲତକୁ ଆସିବା ଓ ଅଦାଲତରୁ କାରାଗାରକୁ ଯିବା ଆସିବା କରିଥାନ୍ତି। ଏହାବ୍ୟତୀତ କାରାଗାରରେ ସମସ୍ୟା ଉପୁଜିଲେ ପୋଲିସ ବଳ କାରାଗାରକୁ ସେହି ପଥ ଦେଇ ଯାଇଥାନ୍ତି। ଅନ୍ୟାନ୍ୟ ସରକାରୀ ଗାଡି ଗୁଡିକ ମଧ୍ୟ ସେହି ରାସ୍ତା ଦେଇ କାରାଗାରକୁ ଯାଇଥାଏ। ଫଳରେ ରାସ୍ତାଟି ଅବରୋଧ ହୋଇଯିବାରୁ ସେହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ବିଦ୍ୟାଳୟକୁ ଯିବା ଆସିବା କରିବାରେ ଘୋର ବାଧା ସୃଷ୍ଟି ହୋଇଥାଏ। ଏମିତିକି ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ମଧ୍ୟ ଆହତ ହୋଇଥାନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ପୂର୍ବ ପାଶ୍ୱର୍ ଦ୍ୱାର ନିକଟରୁ ଏକ ସରକାରୀ ଜମି କେନ୍ଦ୍ରାପଡା-ଇନ୍ଦୁପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଦେଖିବାକୁ ମିଳୁଛି। ଯଦି ସେହି ଜମି ଉପରେ କେନ୍ଦ୍ରୀୟ ବିଦ୍ୟାଳୟକୁ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇପାରନ୍ତା ତେବେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୁର୍ଘଟଣାରୁ ରକ୍ଷା ପାଇବା ସହିତ ସୁରକ୍ଷିତ ଭାବେ ବିଦ୍ୟାଳୟକୁ ଯିବା ଆସିବା କରି ପାରନ୍ତେ ବୋଲି ଛାତ୍ର ଓ ଅଭିଭାବକମାନେ କହିଛନ୍ତି। ପୂର୍ବରୁ ଏହି ସମସ୍ୟା ସମ୍ପର୍କରେ ଛାତ୍ରାଭିଭାବକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଜନ ପ୍ରତିନିଧି ଓ ଜିଲ୍ଲାପାଳଙ୍କୁ ବହୁବାର ଦାବିପତ୍ର ପ୍ରଦାନ କରାଯାଇଛି। କିନ୍ତୁ ଅଦ୍ୟାବଧି ସମସ୍ୟାର ସମାଧାନ ହୋଇପାରି ନାହିଁ। କୁନି କୁନି ଛାତ୍ରଛାତ୍ରୀମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ରଛାଭିଭାବକମାନେ ଦାବି କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading