କଷଣଅଂଟା ହାଇସ୍କୁଲରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା



ପଟ୍ଟାମୁଣ୍ଡାଇ୨୭/୯ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ କଷଣଅଂଟା ହାଇସ୍କୁଲରେ ଜିଲ୍ଲା ସ୍ତରୀୟ କ୍ରୀଡା ଭଲି ବଲ, ଚେସ, ବ୍ୟାଡ଼ିମିଂଟନ ଯୋଗ ଆଦି ଏକ ଦିବସୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ,କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଧିକାରୀ ପ୍ରଦୀପ ନାଗ, ମୁଖ୍ୟବକ୍ତା ରାଜ୍ୟ ପୁରସ୍କୃତ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ଚନ୍ଦ୍ର ଶେଖର ତ୍ରିପାଠୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ସୁରେଶ ଜେନା, ପ୍ରାକ୍ତନ ପ୍ରଧାନ ଶିକ୍ଷକ କବି ସଚିତ୍ର ବେହୁରା, କଷଣଅଂଟା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ବେହେରା, କାଉନସିଲର ପ୍ରଶାନ୍ତ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଓ ଉତମ ଶାରୀରିକ ଗଠନ ପାଇଁ ଶିକ୍ଷା ସହ କ୍ରୀଡା ଓ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇ ଛାତ୍ରଛାତ୍ରୀମାନେ ଉଭୟ କ୍ଷେତ୍ରରେ ଅଗ୍ରସର ହୋଇ ଜୀବନରେ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ସ୍ମିତାରାଣୀ ସାହୁ ସ୍ୱାଗତଭାଷଣ ଓ ସିଆରସିସି ସଂଘମିତ୍ରା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ନୋଡାଲ ସମ୍ପାଦକ ବିଶ୍ୱ ରଞ୍ଜନ ସେଠୀ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ଏବିଇଓ ସୁନୀତି ଦାସ ଓ ପ୍ରେମବାଳା ମହାପାତ୍ର, ସିଆରସିସି ନମିତା ସାହୁ, ସଞ୍ଜୟ ସାହୁ ଓ ପ୍ରଦୀପ ତରାଇ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ୯ଟି ବ୍ଲକର ବିଭିନ୍ନ ହାଇସ୍କୁଲର ମନୋନୀତ ୨୬୪ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading