ସ୍ୱଚ୍ଛତା ହିଁ ସେବା ସ୍ଲୋଗାନରେ ସୀମିତ



କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ପକ୍ଷରୁ ସହରରେ ସ୍ୱଚ୍ଛତା ହିଁ ସେବା-୨୦୨୪ ଅଭିଯାନ ଜାରି ରହିଛି। ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୌର ପରିଷଦ ପକ୍ଷରୁ ଗତ ୧୭ ଠାରୁ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ହେଲେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇ ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ତେବେ ପୌରାଂଚଳର ସ୍ୱଚ୍ଛତା ଅଭିଯାନ କାନ୍ଥରେ ଚିତ୍ର ଅଙ୍କା, ବ୍ୟାନରଲଗା ଏବଂ ସ୍ଲୋଗାନରେ ସୀମିତ ହୋଇ ରହିଯାଇଛି। ସହର ଅଳିଆ ଓ ଆବର୍ଜନା ପଡ଼ି ରହୁଥିବା ବେଳେ ଏହାକୁ ଉଠା ଯାଉ ନ ଥିବା ଦେଖିବାକୁ ମିଳିଥିବା ବେଳେ ଗତକଲି ପୌରପ୍ରଶାସନ ପକ୍ଷରୁ ସ୍ୱଛତାହିଁ ସେବା ଶୋଭାଯାତ୍ରାରେ ଅଂସଗ୍ରହଣ କରିଥିବା ସ୍ୱଛସାଥି ଓ ସ୍କୁଲ କଲେଜ ଛାତ୍ରୀଛାତ୍ର ମାନଙ୍କୁ ପଲିଥିନରେ ଖାଦ୍ୟପେୟ ବଂଟନ କରିବା ସମସ୍ତ ଆଇନକାନୁନ ଓ ନୀତିକୁ ପ୍ରଶାସନିକ ଅଧିକାରୀମାନେ ଫୁ କରି ଉଡ଼ାଇ ଦେଉଛନ୍ତି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।


Next Post

ଗ୍ରାମ୍ୟଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

Sat Sep 28 , 2024
ପଟ୍ଟାମୁଣ୍ଡାଇ ୨୭/୯ -ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ସେହି ଅର୍ଥ ବାଟମାରଣା ହେଉଛି । ଫଳରେ ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏପରିକି କେତେକ କ୍ଷେତ୍ରରେ ସରକାରୀ ନିୟମ ମୁତାବକ କାମ କରା ନ ଯାଇ ଠିକାଦାର ନିଜ ମନ ମୁତାବକ କାମ କରୁଥିବା […]

You May Like