ଶ୍ରୀମଦ ଭାଗବତ ଜ୍ଞାନ ଯଜ୍ଞ ମହୋତ୍ସବ ପ୍ରସ୍ତୁତି ବୈଠକ



ପଟ୍ଟାମୁଣ୍ଡାଇ ୨୯/୯ -ପଟ୍ଟାମୁଣ୍ଡାଇ ଶ୍ରୀମଦ ଭାଗବତ ଚେତନା ପରିଷଦ ପକ୍ଷରୁ ଚଳିତ ବର୍ଷ ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ଆୟୋଜନ କରିବା ପାଇଁ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବଣିକ ସଂଘ ଉପଦେଷ୍ଟା କିରଣ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧକ୍ଷ ହେମନ୍ତ ସାହୁ, ବଣିକ ସଂଘ ଉପସଭାପତି ମୋହନ ଦାସ (ନମି ), ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା କୋଷାଧକ୍ଷ ପର୍ଶୁରାମ ଷଣ୍ଢ, କାଉନ ସିଲର ପ୍ରଶାନ୍ତ ବାରିକ, ମୃତ୍ୟୁଞ୍ଜୟ ପାଢ଼ୀ, ନିରାକାର ସାହୁ, ସୁଦର୍ଶନ ଦାସ, ଅଚ୍ୟୁତ ଜେନା,ବ୍ରଜମୋହନ ଦାଶ, ପ୍ରତାପ ଲେଙ୍କା, ଟୁଟୁ ମିଶ୍ର, ଚିତ ରଞ୍ଜନ ସ୍ୱାଇଁ, ସୁରେଶ ଗିରି, ଦିଗାମ୍ବର ମିଶ୍ର, ନୃସିଂହ ସେଠୀ ଅଭିମନ୍ୟୁ ପଢିଆରୀ, ପ୍ରଦୀପ ନାୟକ, ଦେବାଶିଷ ନାୟକ, ଜୟରାମ ରାଉତ, ଦେବୀ ପ୍ରସାଦ ଦାଶ, ସନ୍ତୋଷ ମଲ୍ଲିକ, ତପନ ପାତ୍ର ରାଧାମୋହନ ଦାଶ, ରଶ୍ମି ରଞ୍ଜନ ନାୟକ, ଅଜୟ ପାଢ଼ୀ, ତୁଷାର ରଞ୍ଜନ ବେହୁରା, ରବୀନ୍ଦ୍ର ସାହୁ ଚିତ ରଞ୍ଜନ ମହାରଣା, ହରେକୃଷ୍ଣ ସାହୁ, ନିରଞ୍ଜନ ନାୟକ, କିଶୋର ଜେନା (ବାଇନ )ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଜୟରାମ ରାଉତଙ୍କୁ ଶ୍ରୀମଦ ଭାଗବତ ମହୋତ୍ସବ କମିଟିର କୋଷାଧକ୍ଷ ମନୋନୀତ କରାଯାଇଥିଲା । ଏହି ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ଆସନ୍ତା ଅକ୍ଟୋବର ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୁଚି ପ୍ରସ୍ତୁତ କରାଯାଇଛି । ଶେଷରେ ହେମନ୍ତ ସାହୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading