କେନ୍ଦ୍ରାପଡ଼ା,୨୯/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ମହାଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ ଗୁଲନଗର ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ନିତ୍ୟାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାପତିଙ୍କ ନିଷ୍ପତ୍ତି କ୍ରମେ ଗଜଲକ୍ଷ୍ମୀ ପୂଜା କିପରି ସୂଚାରୁ ରୂପେ ହେବ କମିଟି ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପୂଜା ଉପଲକ୍ଷେ ବିଭିନ୍ନ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ମେଳଣ ଓ ଭସାଣୀ, ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱ ବଣ୍ଟନ, ଆୟ ଓ ବ୍ୟୟ ଅଟକଳ ଉପରେ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା । ସମ୍ପାଦକ ଗଣେଶ କୁମାର ସାହୁ ପୂର୍ବ ବର୍ଷର ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସମସ୍ତ ପୂଜାକାର୍ଯ୍ୟ ସହ ମେଳଣ କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ଉପସଭାପତି ପ୍ରଦୀପ ସାହୁ ଅନୁରୋଧ କରିଥିଲେ । ଏହି ବୈଠକରେ ସହସମ୍ପାଦକ ନିରଞ୍ଜନ ବାରିକ, କୋଷାଧ୍ୟକ୍ଷ ରାଜେନ୍ଦ୍ର ଦାସ, ରାଜୁ କୁବେର, ମାଗୁଣି ବେହେରା, ହରେକୃଷ୍ଣ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ମତାମତ ଦେଇଥିଲେ । ଏହାପରେ ସଦସ୍ୟମାନଙ୍କ ମଧ୍ୟରେ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଏହି ବୈଠକରେ ଗୁଲନଗର ପଞ୍ଚାୟତର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସଦସ୍ୟ ସନ୍ଦୀପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଦସ୍ୟ ସରୋଜ କୁମାର ସାହୁ, ଅଭୟ କୁମାର ଦାସ, ମାଗୁଣି ଚରଣ ସାହୁ, ପର୍ଶୁରାମ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।