ବିଜେଡି ସାଂଗଠନିକ ବୈଠକ



କେନ୍ଦ୍ରାପଡ଼ା,୩୦/୯: ଚଳିତବର୍ଷ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅଭିଯାନ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀଠାରୁ ଆରମ୍ଭ ହେବ । ସେହିପରି ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀଠାରୁ ବିଜୁ ଜନତା ଦଳ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ସ୍ୱୟଂସିଦ୍ଧା ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାପତି ଆଲୋକ ସାହୁଙ୍କ ସଭାପତିତ୍ୱରେ କରାଯାଇଥିଲା । ଏଥିରେ ବିଧାୟକ ଗଣେଶ୍ୱର ବେହେରା ଉପସ୍ଥିତ ରହି ପଦ ଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଦଳର ବିଗତ ଦିନରେ ବିକାଶମୂଳକ କାର୍ଯ୍ୟକୁ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ କିପରି ତଳସ୍ତରର ଲୋକମାନଙ୍କ ପାଖକୁ ପହଞ୍ଚାଇ ପାରିବ ତାହା ଉପରେ ଗୁରୁତ୍ୱ ଦେବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଦୁର୍ଗାଶୀଷ ମହାନ୍ତି, ଶିବପ୍ରସାଦ ଭଳ, କଳାକାର ମଳିକ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ଜିଲ୍ଲା ବିଜେଡି ସଭାପତି ଧିରେନ ସାହୁ, ସେକ୍ ଚନ୍ଦନ, ସଙ୍ଗମ ସାମଲ, ପ୍ରକାଶ ସାହୁ, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ରଶ୍ମି ରଂଜନ ରାଉତ, ଲୋହିତ ମହାନ୍ତି, ପ୍ରଦ୍ୟୁମ୍ନ ଜେନା, ସୁରେନ୍ଦ୍ର ଜେନା, ତ୍ରିଲୋଚନ ଦାସ, ରାଜୁ କୁବେର, ଲୋପାମୁଦ୍ରା ବାରିକ, ଚିତ୍ରସେନ ପରିଡା, ଦାମୋଦର ଦାସ, ଅଶ୍ୱିନି ପାତ୍ର, ନାରାୟଣ ପରିଡା, ରଘୁନାଥ ନାଉତ, ରତିକାନ୍ତ ସାମଲ, ଶିବ ପ୍ରସାଦ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ବିଜୁ ଜନତା ଦଳର ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶରତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଅଭିଭାବକ ଓ ଶିକ୍ଷକ ସମାରୋହ

Mon Sep 30 , 2024
କେନ୍ଦ୍ରାପଡ଼ା,୩୦/୯: ଇନ୍ଦୁପୁରସ୍ଥିତ ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକ ଓ ଶିକ୍ଷକମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର “ଏକକ ମାନଂକ” ପରିଚୟ ପତ୍ର ପ୍ରସ୍ତୁତି ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷ ଅଭିଜିତ୍ ବୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ […]