ପଟ୍ଟାମୁଣ୍ଡାଇ ୨୮/୯ -ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଦୁଃଶାସନ ପରିଡାଙ୍କ ପୌରହିତ୍ୟରେ ରସାୟନ ବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ବହୁ ଅଭିଭାବକ ଯୋଗ ଦେଇ ସୁଚିନ୍ତିତ ମତାମତ ଦେବା ସହିତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବାରେ କଲେଜର ଭୂମିକାକୁ ପ୍ରଶଂସା କରିଥିଲେ । ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଡ଼ ବୈକୁଣ୍ଠ ପ୍ରଧାନ ଓ ଅଧ୍ୟାପକ ରଞ୍ଜନ ଗାହାଣ ଅଭିଭାବକ ଓ ଛାତ୍ରୀଛାତ୍ର ମାନଙ୍କ ସହିତ ମତ ବିନିମୟ କରିଥିଲେ । ଏହି ବୈଠକରେ ରସାୟନ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଶେଷରେ +୩ ଛାତ୍ର ସୌରଭ ସାମଲ ଧନ୍ୟବାଦ ଦେଇଥିଲେ ।