କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ,୧/୧୦: ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଏଚକେ ହାଇସ୍କୁଲ ଡାମରପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ରଂଜନ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ସେନ, ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ପ୍ରଦୀପ ନାୟକ ଓ ସମ୍ମାନିତ ଅତିଥିଭାବେ ଖବରଦାତା ଜଗନ୍ନାଥ ଆଚାର୍ଯ୍ୟ , ସିଆରସିସି ଲକ୍ଷ୍ମଣ ସେଠୀ ଯୋଗଦେଇଥିଲେ। ନିମପୁର କ୍ଳଷ୍ଟର ୧୪ଟି ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କକ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁ‌ଷ୍ଠିତ ହୋଇଥିଲା। ଅପରାହ୍ନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଆରସିସି ଚନ୍ଦ୍ର ଶେଖର ତ୍ରିପାଠୀ, ସିଆରସିସି ମଳୟ କୁମାର ଜେନା, ନିମପୁର ଶାସନ ହାଇସ୍କୁଲର ପ୍ରଧାନ ଶିକ୍ଷକ ତପନ କୁମାର ରାୟ ପ୍ରମୁଖ ଯୋଗଦେଇ କୃତୀ ପ୍ରୀଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ଗାୟତ୍ରୀ ମିଶ୍ର ସ୍ବାଗତ ଭାଷଣ ଓ ଅତିଥଇ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ହେମମଂଜରୀ ବେହେରା, ରଂଜନ କୁମାର ଦାସ, ଆଶୁତୋଷ ମହାନ୍ତି, ପ୍ରତିମା ଖଟାଇ, ଦୀପକ କୁମାର ଜେନା, ଅଚ୍ଚନା ପ୍ରିୟ ଦର୍ଶିନୀ ତରାଇ, ସାରଦା ପ୍ରସାଦ ପଣ୍ଡା, ବାବନ ଚରଣ ବେହେରା, ନିହାର ରଂଜିତା ମିଶ୍ର, ସୁରେଖା ବେହେରା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେନା, ମମତା ଷଡଙ୍ଗୀ, ଶଶିକଳା ପଣ୍ଡା, ଜୟଶ୍ରୀ ପ୍ରଧାନ, ଶୁଭଶ୍ରୀ ସାମଲ, ଅଜୟ କୁମାର ସାହୁ , ବାସୁଦେବ ସେଠୀ ସୁବାଶ ଚନ୍ଦ୍ର ମାହୁନ୍ତ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Next Post

ଡ଼ିଜେ ବ୍ୟାନ୍ ପାଇଁ ଦାବି

Tue Oct 1 , 2024
କେନ୍ଦ୍ରାପଡ଼ା,୩୦ା୯: ପାର୍ବଣ ଋତୁ ଆଗମନରେ କେନ୍ଦ୍ରାପଡା ଓ ତାହର ଆଖପାଖ ଅଞ୍ଚଳରେ ବିଭିନ୍ନ ଉତ୍ସବ ପାଳିତ ହେଉଛି । ଏହି ସମୟରେ ଡିଜେ ଓ ଉଚ୍ଚଶକ୍ତି ସମ୍ପନ୍ନ ବାଜା ବଜାଯାଉଛି । ଯାହାଫଳରେ ବିଭିନ୍ନ ସମୟରେ ଡ଼ିଜେ ବାଜିବା ଫଳରେ ଏହାର ସୁଉଚ୍ଚ ଓ ଛାତି ଥରାଇବା ଭଳି ଶଦ୍ଦ ଲୋକଙ୍କ ହୃଦ୍‌ଘାତ ସମ୍ଭାବନାକୁ ବଢାଇ ଦେଉଥିବା ଏବଂ କୋମଳମତି ଶିଶୁଙ୍କ ମତିଷ୍କ ବିକାଶ ବାଧାପ୍ରାପ୍ତ ହେଉଥିବାନେଇ ଅଭିଯୋଗ ହୋଇ […]

KANIKA