
ପଟ୍ଟାମୁଣ୍ଡାଇ:୨/୧୦ -କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ସଂପାଦକ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ସହ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ସମ୍ପର୍କରେ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ପକ୍ଷରୁ ପଟ୍ଟାମୁଣ୍ଡାଇ ବାଇପାସ୍ ଠାରୁ ଏକ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହିତ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ଉପରେ ଜନ ସଚେତନତା ସୃଷ୍ଟି କରାଯାଇ ଥିଲା । ଏଥିରେ କଳିଙ୍ଗ ନବଦିଗନ୍ତ ସଭାପତି ବିଜୟ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ଧନେଶ୍ୱର ଦାସ, ସାବିତ୍ରୀ ସେଠୀ,ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ବର୍ଷୀୟାନ ନେତା ପାରେଶ୍ୱର ବିଶ୍ୱାଳ, ସିପିଆଇ ଲିବରେସନ ସମ୍ପାଦକ ଶ୍ରୀକାନ୍ତ ଲେଙ୍କା,ଯୁବ ନେତା ସମିର ପାତ୍ର, ଅଖିଳ ସୁତାର, ଦାଶରଥି ସାହୁ, ଲକ୍ଷ୍ମୀପ୍ରିୟା ରାଉତ, ସନ୍ତୋଷ ତରାଇ, ଅଶ୍ୱିନୀ ପାତ୍ର, ପ୍ରତିମା ଦ୍ୱେତା, ସୁଜାତା ପଣ୍ଡା, ଦେବାଶିଷ ଦାସ, ଅନ୍ତର୍ଯ୍ୟାମୀ କୁଣ୍ଡ, ବିଷ୍ଣୁ ଓଝା, ସ୍ନେହ ରଂଜନ ସାମଲଙ୍କ ସହିତ ପଟ୍ଟାମୁଣ୍ଡାଇ ବିଦ୍ୟାନିକେତନ ଛାତ୍ରୀଛାତ୍ରମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।











