ଛାତ୍ରଙ୍କୁ ଛୁରି ଦେଖାଇବା ନେଇ ତିନି ଫେରି ବେପାରୀଙ୍କୁ ପୋଲିସର ଜିମା ଦେଲେ ଲୋକେ


ପଟ୍ଟାମୁଣ୍ଡାଇ ୨/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଦୋଷିଆ ପଂଚାୟତ ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗତକାଲି ୩ଜଣ ଛାତ୍ରୀଛାତ୍ରଙ୍କୁ ଦୁଇ ମହିଳା ଜଣେ ଯୁବକଙ୍କୁ ଫେରି ବେପାରୀ ଛୁରି ଦେଖାଇବା ଘଟଣାରେ ପୋଲିସ ଜିମା ଦେଇଥିଲେ।ଏନେଇ ଛାତ୍ରଙ୍କ ବାପା ପ୍ରଦିପ ରାଉତ ଗ୍ରାମଂଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସ୍କୁଲର ସହକାରୀ ଶିକ୍ଷକ ବିକାସ ମଲ୍ଲିକ, ପାଚିକା ବୌଦେଇ ସ୍ୱାଇଁ, ଗ୍ରାମବାସୀ ପ୍ରଦୀପ ସାହୁଙ୍କ କହିବା ଅନୁଯାଇ ମଙ୍ଗଳବାର ମଧ୍ୟହ୍ନରେ ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଗାଁରୁ ଭୋଜି ଖାଇ ବିଦ୍ୟାଳୟକୁ ଫେରିଥିଲେ । ସେହିପରି ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ସୁଜିତି ରାଉତ ମ୍ସ୍‌ୃତିରାଣୀ ଜେନା ଫେରିବା ବଟରେ ପ୍ଲାଷ୍ଟିକ ବେପାର କରୁଥିବା ଦୁଇ ଜଣ ମହିଳା ଏବଂ ଅଟୋରେ ଥିବା ଜଣେ ବ୍ୟକ୍ତି ସେମାନଙ୍କୁ ଛୁରି ଦେଖାଇଥିଲେ । ଏଥିରେ ସେମାନେ ଭୟରେ ଦୌଡି ଯାଇଁ ବିଦ୍ୟାଳୟର ଶିକ୍ଷକଙ୍କୁ ଜଣାଇଥିଲେ। ଶିକ୍ଷକ ଏଭଳି ଏକ ଘଟଣା ଶୁଣିବାପରେ ଗାଁର କିଛି ବ୍ୟକ୍ତିଙ୍କୁ ଫୋନ୍ କରି ଜଣାଇଥିଲେ। ଖବରପାଇ ଗାଁର ଲୋକେ ଧାଇଁ ଆସଥିଲେ । ମାତ୍ର ସେଠାରୁ ଅଟୋଟି ଚାଲିଯାଇଥିବାରୁ ଫେରି ବିକ୍ରୀ କରୁଥିବା ଦୁଇ ମହିଳାଙ୍କୁ ଧରି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଗ୍ରାମାଂଚଳ ପୋଲିସ ପହଁଚି ଦୁଇ ମହିଳା ଓ ଯୁବକଙ୍କୁ ଥାନାକୁ ଆଣି ତଦନ୍ତ ଚଳାଇଥିଲେ । ମାତ୍ର ଉକ୍ତ ଖବରରେ କୌଣସି ସତ୍ୟତା ନଥିବା ଗ୍ରାମର କେତେଜଣ ଲୋକେ ଓ ଛାତ୍ରଙ୍କ ପରିବାର ପକ୍ଷରୁ ଜଣାପଡିବା ପରେ ସେମାନଙ୍କୁ ଛାଡିଦିଆଯାଇଥିବା ଥାନା ପକ୍ଷରୁ ଜଣାପଡିଛି ।


Next Post

ମହାଳୟା ଏବଂ ଗାନ୍ଧୀ ଜୟନ୍ତୀରେ ବିଭିନ୍ନ କାର୍ଯ୍ୟକ୍ରମ

Thu Oct 3 , 2024
କେନ୍ଦ୍ରାପଡ଼ା,୨ା୧୦: ଆଜି ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ପବିତ୍ର ମହାଳୟା ଉପଲକ୍ଷେ ଚିର ସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ଜନ୍ମୋତ୍ସବ ଏବଂ ସନ୍ଥ ସ୍ୱରୂପ ଦିବ୍ୟାତ୍ମା ତଥା ବିଲମୁଗବାଡି ଗ୍ରାମସ୍ଥିତ ଶ୍ରୀ ଭାଗବତ ଗାଦି ସଂସ୍ଥାପକ ବ୍ରହ୍ମଲୀନ ମାୟାଧର ଜେନାଙ୍କ ଶ୍ରାଦ୍ଧୋତ୍ସବ ଯଥାବିଧି ପାଳିତ ହୋଇଯାଇଛି । ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ରେଡିଓ ଭାବଗ୍ରାହୀର ସରୋଜିନୀ ଷ୍ଟୁଡିଓରେ ଅହିଂସା […]

KANIKA

Subscribe