କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍‌ଯାପିତ



କେନ୍ଦ୍ରାପଡ଼ା,୩ା୧୦: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଜ୍ରମହାକାଳୀ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋବିନ୍ଦଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ରାଜ୍ୟ ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ବିଶ୍ୱାଳ, ମୁଖ୍ୟବକ୍ତା ଶିକ୍ଷାବିତ୍ ପଦ୍ମନାଭ ଦାଶ, ସମ୍ମାନୀତ ଅତିଥି ଅଞ୍ଜନ କୁମାର ରାଉତ ପ୍ରମୁଖ ଯୋଗ ଦେଇ ସତ୍ୟାନୁରାଗୀ ହେବା ସହ କର୍ତ୍ତବ୍ୟନିଷ୍ଠା ଓ ନମ୍ରତା ଭାବ ନ ରଖିଲେ ଜଣେ ଛାତ୍ର ବା ଛାତ୍ରୀ ଶିକ୍ଷକ ତଥା ଗୁରୁଜନଙ୍କର ଅଶୀର୍ବାଦ ଲାଭ କରି ସଫଳତାର ଶୀର୍ଷରେ ପହଞ୍ôଚ ପାରିବ ଏହା ନିଃସନ୍ଦେହ । ଶିକ୍ଷକ ନଳିନୀକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧନ ସଂଯୋଜକ ରଞ୍ଜନ କୁମାର ରାଉତ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଚତୁର୍ଥ ଶ୍ରେଣୀଠାରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ କନିଷ୍ଠ ବର୍ଗ ହୋଇଥିବା ବେଳେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବରିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଓଡିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପି.ଏମ୍ ପୋଷଣ(ଚିତ୍ରକଳା) ଓ ଶିଳ୍ପକଳା ପ୍ରଭୃତି ୧୦ଟି ବିଭାଗରେ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସଫଳ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ୍ ଓ ଟ୍ରଫି ଉଦ୍‌ଯାପନୀ ଉତ୍ସବରେ ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କ୍ଲଷ୍ଟରେ ଅନ୍ତର୍ଗତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସମେତ ୧୦ଟି ବିଦ୍ୟାଳୟରୁ କନିଷ୍ଠ ଓ ବରିଷ୍ଠ ବର୍ଗରେ ୧୯୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ବୋଲି ସାଧନ ସଂଯୋଜକ ରଞ୍ଜନ କୁମାର ରାଉତ ସୂଚନା ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ପଳସିଂହା ଗ୍ରାମ ପ-୍‌ଚାୟତର ସରପଞ୍ଚ ଦେବେନ୍ଦ୍ର କୁମାର ପରିଡା, ମୁଖ୍ୟବକ୍ତା କେଶବ ଚନ୍ଦ୍ର ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା, ଗୋବିନ୍ଦଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାପାତ୍ର, ପଳସିଂହା ପଞ୍ଚାୟତର ସମିତି ସଭ୍ୟା କୁମୁଦିନୀ ପରିଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆର୍ଶୀବଚନ ପ୍ରଦାନ କରିବା ସହ ସାର୍ଟିଫିକେଟ୍ ଓ ଟ୍ରଫି ପ୍ରଦାନ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ସାହୁ, ଅଭୟ କୁମାର ମହାନ୍ତି, ମିତାଲି ପ୍ରଧାନ, ସୁଶିଲ କୁମାର ସେନ୍ ପ୍ରମୁଖ ପରିଚାଳନା କରିଥିଲେ । ଶିକ୍ଷିକା ରାଜଶ୍ରୀ ମହାନ୍ତି ଉଭୟ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମଧ୍ୟ ପ୍ରଦୀପ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ । ସୌମେନ୍ଦ୍ର କୁମାର ପରିଡା, ଭାଗ୍ୟବତୀ ମଳିକ, ଦାଶରଥୀ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ସମାଜସେବୀ ରମେଶ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା

Thu Oct 3 , 2024
ପଟ୍ଟାମୁଣ୍ଡାଇ ୩/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ପଂଚାୟତ ମହଲକଣ ଗ୍ରାମର ସମାଜସେବୀ ରମେଶ ଚନ୍ଦ୍ର ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବଲୁରିଆ ପଂଚାୟତ ପୂର୍ବତନ ସରପଂଚ ରାତିକାନ୍ତ ସାହାଣୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ସରପଂଚ ନିଶାମଣି ମହାନ୍ତି, ସମାଜସେବୀ ଗଗନ ମହାଳିକ,ତରଡିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ ,ପ୍ରାକ୍ତନ ସି ଆର ସି ସି ସୁଦର୍ଶନ ପତି, ଶିକ୍ଷାବିତ ବାସୁଦେବ ବିଶ୍ୱାଳ, ଅଳପୁଆ ସରପଂଚ […]

KANIKA

Subscribe