ନରସିଂହପୁରରେ ଶିଶୁ ମହୋତ୍ସବ ସୁରଭି-୨୦୨୪


ପଟ୍ଟାମୁଣ୍ଡାଇ ୪/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅଢାଖଣ୍ଡ -ମଠସାହି କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସଞ୍ଜୟ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ସହକାରୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ପଢିଆରୀ ମୁଖ୍ୟଅତିଥି,ଅଢାଖଣ୍ଡ ମଠସାହି ଉନ୍ନୀତ ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ମିଶ୍ର, ଅଇନିପଡା-ପଛପଡା ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ ଜାଗର ପ୍ରସାଦ ଜେନା,ସହଦେବ ବାବା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ମହାପାତ୍ର,ନରସିଂହପୁର ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ କମଳାକାନ୍ତ ଦାସ,ଆନନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିକାଶ ମଲିକ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରିଥିଲେ । ସିଆରସିସି ସଞ୍ଜୟ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଏବିଇଓ ପ୍ରେମବାଳା ମହାପାତ୍ର ମୁଖ୍ୟଅତିଥି, ଏବିଇଓ ସୁନୀତି ଦାଶ ମୁଖ୍ୟବକ୍ତା,ସିଆରସିସି ପ୍ରଦୀପ ତରାଇ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନଆଚାର୍ଯ୍ୟ ବିକ୍ରମଜିତ ସ୍ୱାଇଁ, ଅଢାଖଣ୍ଡ-ମଠସାହି ଉନ୍ନୀତ ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ମିଶ୍ର ଓ ଅଇନିପଡା- ୃପଛପଡା ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ଜାଗର ପ୍ରସାଦ ଜେନା, ଶିକ୍ଷାବିତ ବିଭୁ ପ୍ରସାଦ ସାହୁ ଓ ନିମପୁର-ଶାସନ ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ଲଷ୍ମଣ ବିହାରୀ ସେଠୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ରାମ ଚନ୍ଦ୍ର ମିଶ୍ର ସ୍ୱାଗତଭାଷଣ ଓ ଜାଗର ପ୍ରସାଦ ଜେନା ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ କମଳାକାନ୍ତ ଦାସ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଆୟୋଜିତ ବକୃତା,ପ୍ରବନ୍ଧ,ନୃତ୍ୟ, ସଂଗୀତ, ସାଧାରଣଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । ଦଳଗତ ନୃତ୍ୟରେ ଅଢାଖଣ୍ଡ-ମଠସାହି ଉନ୍ନୀତ ଉପ୍ରା ସ୍କୁଲ ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଥିଲେ । ଏହି ଶିଶୁ ମହୋତ୍ସବ ସୁରଭିରେ ୧୪ଟି ସ୍କୁଲର ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading