ଗଡ଼ମେକର ୩ କଣ୍ଠଶିଳ୍ପୀଙ୍କୁ ଆକାଶବାଣୀ ମାନ୍ୟତା

ଗଡ଼ମେକର ୩ କଣ୍ଠଶିଳ୍ପୀଙ୍କୁ ଆକାଶବାଣୀ ମାନ୍ୟତା


ପଟ୍ଟାମୁଣ୍ଡାଇ ୬/୧୦କ-ଓଡିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡ଼ମେକର )ର ୩ଜଣ କଣ୍ଠଶିଳ୍ପୀ ଆକାଶବାଣୀ ବି ଗ୍ରେଡ଼ ମାନ୍ୟତା ପାଇଛନ୍ତି । ସେମାନେ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମର ସୁପ୍ରିୟା ଦାଶ, ଗୁଣୁପୁରର ସୌମ୍ୟ ରଞ୍ଜନ ଗାହାଣ ଓ ପୋଖରୀଆପଡାର ମନସ୍ୱିନୀ ମହାପାତ୍ର । ଗଡ଼ମେକର ପ୍ରତିଷ୍ଠାତା ସଭାପତି ଗୀତିକବି ସୁଶାନ୍ତ ପାଣିଙ୍କ ପ୍ରଶିକ୍ଷଣରେ ସେମାନେ ଆଜି ଏହି ସଫଳତା ୋସଲ କରିଥିବା ଅଲୋଚନା ହେଉଛି । ଏଥିନେଇ ୩ଜଣ କଣ୍ଠ ଶିଳ୍ପୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।