ଚିତ୍ରଶିଳ୍ପୀ ଗୈାରବ ସମ୍ମାନ- ୨୦୨୩


କେନ୍ଦ୍ରାପଡ଼ା,୬ା୮ : କେନ୍ଦ୍ରାପଡା ଜିଲ୍ଲା ଚିତ୍ରଶିଳ୍ପୀ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଚିତ୍ରଶିଳ୍ପୀ ଗୈାରବ ସମ୍ମାନ- ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ନଙ୍ଗୁଳି ଚରଣ ବେହେରାଙ୍କ ପୈାରହିତ୍ୟରେ ଓ ବରିଷ୍ଠ ଚିତ୍ରଶିଳ୍ପୀ ଅଜୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଅଜୟ କୁମାର ରାଉତ, ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ନରହରି ସୂତାର, କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଇଦ୍ରିସ ଅଲ୍ଲୀ, ଚିତ୍ରଶିଳ୍ପୀ ସନ୍ଦିପ କୁମାର କର ପ୍ରମୁଖ ଯୋଗଦେଇ ବରିଷ୍ଠ ଚିତ୍ରଶିଳ୍ପୀ ଅଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଚିତ୍ରଶିଳ୍ପୀମାନଙ୍କ ସାମୁହିକ ବିକାଶ ନିମନ୍ତେ ଏକାଠି ହୋଇ ଏଭଳି ଏକ ସଂଗଠନ ଗଠନ କରାଯାଇଥିବାରୁ ସାଧୁବାଦ ଜଣାଇଥିଲେ । କେନ୍ଦ୍ରାପଡାର ତୁଳସୀକ୍ଷେତ୍ର କଳା ଓ ସଂସ୍କୃତିର ମାଟି ହୋଇଥିବାରୁ ଏଠାରେ ଏଭଳି ଏକ ଅନୁଷ୍ଠାନ ଭବିଷ୍ୟତରେ ନିଶ୍ଚିତ ଭାବେ କଳାର ବିକାଶ କରିବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ । ମୁହଁରେ ବ୍ୟକ୍ତ ହୋଇପାରୁନଥିବା ପ୍ରତ୍ୟେକଟି କଥା କଳା ମାଧ୍ୟମରେ ବ୍ୟକ୍ତ କରାଯାଇପାରେ । ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାକାର ଓ ଚିତ୍ରଶିଳ୍ପୀମାନଙ୍କ ପାଇଁ କରିଥିବା ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ ମୁଖ୍ୟଅତିଥି । ଏହି ଅବସରରେ ବିଶିଷ୍ଟ କଳାକାରମାନଙ୍କୁ ପୁଷ୍ପଗୁଛ, ଉପଢୈାକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଚିତ୍ରାନନ୍ଦ ବେହେରା ସମ୍ପାଦକୀୟ ବିବରଣି ପାଠ କରିଥିବା ବେଳେ ରାଜେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ଚିତ୍ରଶିଳ୍ପୀ ସନ୍ଦିପ କୁମାର କରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଂ ମୂରଲୀଧର ସେଠୀ ଓ ବିଶିଷ୍ଟ ଅତିଥି ଭାବେ ଯୁବନେତା ରାଜେଶ ଦାସ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅଧ୍ୟାପକ ଅଜୟ ରାଉତ, କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଇଦ୍ରିସ ଅଲ୍ଲୀ,ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ନରହରି ସୂତାର ପ୍ରମୁଖ ଯୋଗଦେଇ ସକାଳେ ଅନୁଷ୍ଠିତ ବିଭିନ୍ନ ଚିତ୍ର ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏଥିସହିତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଉଦୀୟମାନ ଚିତ୍ରଶିଳ୍ପୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଚିତ୍ରଶିଳ୍ପୀ ଅଜୟ ପଣ୍ଡା ବିବରଣୀ ପାଠ କରିଥିବା ବେଳେ ନଙ୍ଗୁଳି ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ କରକମଳରେ ପୁସ୍ତକ ଲୋକାର୍ପଣ

Sun Aug 6 , 2023
କେନ୍ଦ୍ରାପଡା ୬/୮- ଓଡିଶା ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ କରକମଳରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳଙ୍କ ଦ୍ୱିତୀୟ କବିତା ସଂକଳନ “କବିତା କଲ୍ଲୋଳ” ଏବଂ କାର୍ଯ୍ୟକାରୀ ସଦସ୍ୟ ନାଟ୍ୟକାର ଡ. ରମାକାନ୍ତ ନାୟକଙ୍କ ଏକାଙ୍କୀ ସଙ୍କଳନ “ଏବେବି ଧରମା ବଞ୍ଚିଛି” ଉନ୍ମୋଚିତ ହୋଇଥିଲା । ଇତ୍ୟବସରରେ ରାଜଭବନ ଲୋକ ସମ୍ପର୍କ ଅଧିକାରୀ କବି ରକ୍ଷକ […]

KANIKA